
‘ଅପରେସନ ସିନ୍ଦୂର’ର ସଫଳତା ପରେ ଭାରତୀୟ ଜନତା ପାର୍ଟି ତରଫରୁ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଆନନ୍ଦପୁର ବ୍ଲକ ଛକ ଠାରୁ ଶ୍ରୀ ଶ୍ରୀ ଦଧିବାମନଜୀରଙ୍କ ମନ୍ଦିର ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ସେନା ପକ୍ଷରୁ ‘ଅପରେସନ୍ ସିନ୍ଦୂର’ର ସଫଳତା ଓ ଜବାନମାନଙ୍କ ମନୋବଳ ବୃଦ୍ଧି କରିବା ନେଇ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀଙ୍କ ନେତୃତ୍ବରେ ଅପରାହ୍ନ ୫ ଘଟିକା ସମୟରେ ଆନନ୍ଦପୁର ବ୍ଲଜ ଛକ ଠାରୁ ହଜାର ହଜାର କର୍ମୀ ସହ ଅବସର ପ୍ରାପ୍ତ ସୈନିକ , ଯୁବଗୋଷ୍ଠି, ମହିଳା ଓ ସାଧାରଣ ଲୋକ ହାତରେ ତ୍ରିରଙ୍ଗା ପତାକା ଧରି ଭାରତମାତା କି ଜୟ, ଭାରତୀୟ ସୈନିକ ଜିନ୍ଦାବଦ, ଅପରେସନ ସିନ୍ଦୂର ଜିନ୍ଦାବାଦ ସ୍ଲୋଗାନ ଦେଇ ନଗର ପରିକ୍ରମା କରି ଆନନ୍ଦପୁରର ଆରାଧ ଦେବତା ଶ୍ରୀ ଶ୍ରୀ ବଧୁବାମନକୀଙ୍କ ମନ୍ଦିର ନିକଟରେ ପହଂଚି ଏକ ପଥପ୍ରାନ୍ତ ସଭାରେ ଯୋଗଦେଇଥିଲେ।