ଘଷିପୁରା ବ୍ଲକ କେଶଦୁରପାଳ ପଞ୍ଚାୟତ ତରଫରୁ ନୂତନ ପାଣି ପମ୍ପ ଉଦଘାଟନ ହୋଇଯାଇଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କେଶଦୁରାପାଳ ସରପଞ୍ଚ ଙ୍କ ପ୍ରଚେଷ୍ଟା ରେ ଲୋକ ମାନଙ୍କ ପାଣି ସମସ୍ୟା ଦୂର କରିବା ପାଇଁ ରାମ ମନ୍ଦିର ନିକଟରେ ଏକ ନୂତନ ପାଣି ପମ୍ପ ଉଦଘାଟନ କରାଯାଇଛି । ଲୋକମାନେ ଟ୍ୟାପ ଯୋଗେ ପାଣି ପାଇ ପାରିବେ । ଏହି ଉଦଘାଟନ ଅବସରରେ କେଶଦୁରାପାଳ ସରପଞ୍ଚ ମାନସୀ ମହାରଣା ,ସଭ୍ୟ ସଂକୁନ୍ତଳା ମହାରଣା ,ପୂର୍ବତନ ସରପଞ୍ଚ ପଶୁରାମ ମହାରଣା ,ପମ୍ପ ହାଉସ କର୍ମଚାରୀ ରଞ୍ଜନ ମହାରଣା ,ପୂଜକ ଦାଶରଥି ଆଚାର୍ଯ୍ୟ ଙ୍କ ଦ୍ଵାରା ପୂଜାର୍ଚ୍ଚନା କରି ଉଦଘାଟନ କରିଛନ୍ତି । ଏଥିରେ କୃଷ୍ଣଚନ୍ଦ୍ର ବିନ୍ଧାଣି ,ନୀଳମଣି ଓଝା ,ମଥୁରା ସାହୁଙ୍କ ସମେତ ଅନେକ ଗ୍ରାମବାସୀ ଯୋଗ ଦେଇଥିଲେ ।