ହାଇୱା ଧକ୍କାରେ ଯୁବକ ମୃତ

ଚିପ୍ସ ବୋଝେଇ ହାଇୱା ଧକ୍କାରେ ବାଇକ ଆରୋହି ମୃତ । ପିରହାଟ ଥାନା ଅଧିନ ବିନ୍ଧା ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତ ଯୁବକ ଜଣକ ହେଉଛନ୍ତି ତିହିଡି ବ୍ଳକ ଅନ୍ତର୍ଗତ ସାହାପୁର ପଞ୍ଚାୟତ କାନିସାହି କଣ୍ଡରଗଡ଼ିଆ ଗ୍ରାମର ଉତ୍ତମ ଶଙ୍ଖୁଆ । ସୂଚନା ମୁତାବକ ଆଜି ସକାଳୁ ଉତ୍ତମ କୌଣସି ଏକ କାମରେ ତିହିଡି ବ୍ଳକ କାର୍ଯ୍ୟାଳୟକୁ ନିଜ ବାଇକ ଯୋଗେ ଯାଉଥିଲେ । ବିନ୍ଧା ଛକ ନିକଟରେ ବିପରୀତ ଡିଗରୁ ଦ୍ରୁତ ଗତିରେ ଆସୁଥିବା ଚିପ୍ସ ବୋଝେଇ ହାଇୱା ଉତ୍ତମଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ଉତ୍ତମ ମୃତ ବରଣ କରିଛନ୍ତି । ଫଳରେ ବିନ୍ଧା ଛକ ନିକଟରେ ଚାପା ଉତ୍ତେଜନା ଦେଖାଦେଇଛି । ଘଟଣା ସ୍ଥଳରେ ପିରହାଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ଘଟିଥିବା ହାଇୱାକୁ ପିରହାଟ ପୋଲିସ ଜବଦ କରିଥିବା ବେଳେ ଚାଳକ ଫେରାର ଥିବା ଜଣାପଡିଛି ।