ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଦୀଘା ମୁହାଣକୁ ଭାସିଆସିଲେ ମହାବାହୁ

ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ରେ ଦିଘା ରେ ଜଗନ୍ନାଥ ମନ୍ଦିର ରେ ମହାପ୍ରଭୁ ଙ୍କୁ ପୁରୀ ରୀତି ନୀତି ଅନୁସାରେ ପ୍ରତିଷ୍ଠା କରାଯିବ । ମାତ୍ର ମହାପ୍ରଭୁ ଙ୍କୁ ପ୍ରତିଷ୍ଠା ପୂର୍ବରୁ ଦୀଘାର ମହାନ୍ତି ଘାଟ ନିକଟରେ ସମୁଦ୍ରରେ ପ୍ରଭୁ ଜଗନ୍ନାଥଙ୍କ ଏକ କାଠ ପ୍ରତିମା ଭାସୁଥିବା ଦେଖିବାକୁ ମିଳିଥିଲା । ସେହି ମହାନ୍ତି ଘାଟରେ ଏକ ନୂତନ ଘାଟ ନିର୍ମାଣ ପାଇଁ କାମ ଚାଲିଥିଲା । ଯେତେବେଳେ କର୍ମଚାରୀ ମାନେ ପ୍ରତିମାଟିକୁ ଦେଖିଲେ, ସେମାନେ ତାହାକୁ ଉଠାଇ କୂଳକୁ ଆଣିଲେ । ଖବର ପ୍ରସାରିତ ହେବା ମାତ୍ରେ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକ ଠାକୁରଙ୍କୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ । ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଦୀଘା ମୁହାଣକୁ ଭାସିଆସିଲେ ମହାବାହୁ । ଖବର ଜଣାପଡିବା ପରେ ଲୋକଙ୍କ ଗହଳି ଲାଗିଥିଲା । ଆଖପାଖର ଲୋକ ଓ ପର୍ଯ୍ୟଟକ ଏକାଠି ହୋଇଥିଲେ ଜଗନ୍ନାଥଙ୍କୁ ଦେଖିବାକୁ । ସୂଚନା ଥାଉକି, ଓଡିଶା ପଶ୍ଚିମବଙ୍ଗ ସୀମାନ୍ତରେ ଆସନ୍ତା ୩୦ତାରିଖରେ ଦିଘାରେ ପ୍ରତିଷ୍ଠା ହେବ ଜଗନ୍ନାଥ ମନ୍ଦିର । ପୁରୀ ରୀତିନୀତି ଅନୁସାରେ ଏଠାରେ ପ୍ରତିଷ୍ଠା କରାଯିବ ମହାପ୍ରଭୁଙ୍କର ।