ମା’ ପାଟଣ ମଙ୍ଗଳା ପୀଠରେ ପାଟୁଆ ଯାତ୍ରା

ଚାନ୍ଦବାଲି ଅଞ୍ଚଳର ପ୍ରସିଦ୍ଧ ଶକ୍ତି ପୀଠ ହେଉଛି ମା ପାଟଣ ମଙ୍ଗଳା । ତିହିଡି ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତ ଅଧିନ ଛତ୍ରପଦା ଗ୍ରାମରେ କେଉଁ ଆବହମାନ କାଳରୁ ପୂଜା ପାଉଛନ୍ତି ମାଆ ମଙ୍ଗଳା । ବର୍ଷ ସାରା ମାଆଙ୍କ ପୀଠରେ ବିଭିନ୍ନ ପର୍ବ ପର୍ବାଣୀ ପାଳନ କରାଯାଉଥିବା ବେଳେ ମହା ବିଷୁବ ସଂକ୍ରାନ୍ତି ହେଉଛି ସବୁଠାରୁ ବଡ଼ ପର୍ବ । ସାତ ଦିନ ଧରି ମାଆଙ୍କ ପୀଠରେ ମହା ସମାରୋହରେ ଏହି ପର୍ବ ପାଳନ କରାଯାଏ ।

ଆଜି ପ୍ରଥମ ଦିନରେ ଶହ ଶହ ସଂଖ୍ୟକ ମାନସିକ ଧାରୀ ପାଟୁଆ ନିକଟସ୍ଥ ପୋଖରୀରେ ବୁଡ଼ ପକାଇବା ସହ ମାଆଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଥାନ୍ତି । ଏହା ସହିତ ବ୍ୟବସାୟ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବ୍ୟବସାୟୀଙ୍କ ଭିଡ଼ ଜମେ । ବିଶେଷ କରି ସନ୍ଧ୍ୟା ସମୟରେ ଲୋକଙ୍କର ଗହଳି ଜମେ । ସୁରକ୍ଷା ଲାଗି ପିରହାଟ ପୋଲିସ ଘଟଣା ସ୍ଥଳରେ ମୃତୟନ ରହିଥାନ୍ତି ।