
କେନ୍ଦୁଝର ଆନନ୍ଦପୁର ବନଖଣ୍ଡ କାର୍ଯ୍ଯାଳୟରେ ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ ବିଶ୍ଵ ବନ ଦିବସ ପାଳିତ ହୋଇଛି । ଜଙ୍ଗଲରେ ନିଆଁକୁ କିଭଳି ରେକାଯାଇପାରିବ, ଜୀବଜନ୍ତୁଙ୍କୁ ସୁରକ୍ଷା ଦିଆଯିବ, ଏଥିସହ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ପାଇଁ ଲୋକଙ୍କୁ କିପରି ଅବଗତ କରାଯିବ ତାହା ଉପରେ ଆଲୋଚନା ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଏସିଏଫ୍ ପ୍ରଭିନ ମୁର୍ମୁ,ଏସିଏଫ ଦେଓଗାଁ ଉମାକାନ୍ତ ଦାସ, ରେଜଂ ଅଧିକାରୀ ହଦଗଡ ମାର୍ଶାଲ କିସ୍କୁ ଓ ଆନନ୍ଦପୁର ରେଜଂ ଅଧିକାରୀ ନବକିଶୋର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।