
ଆଜି ବିଶ୍ବ ପଖାଳ ଦିବସ | ସବୁ ଓଡ଼ିଆଙ୍କର ପ୍ରିୟର ଖାଦ୍ୟ ପଖାଳ |ପ୍ରତିଟି ଓଡ଼ିଆଙ୍କ ପରିଚୟ କହିଲେ ପଖାଳକୁ ବୁଝାଏ|ଓଡିଶା ହିଁ ପଖାଳ ଭାତର ଜନ୍ମଦାତା କହିଲେ ଅତିକ୍ୟୁତି ହେବନାହିଁ| ବର୍ତ୍ତମାନ ସୋସିଆଲ ମିଡ଼ିଆ ଯୁଗରେ ରେ ଏହାର ପ୍ରଚାର ପ୍ରସାର ବହୁଳ ପରିମାଣରେ ଦେଖିବାକୁ ମିଳୁଛି| ମାର୍ଚ୍ଚ ୨୦ ତାରିଖ ଅର୍ଥାତ ଆଜି ପଖାଳ ଦିବସ ଅବସରରେ କୁଆଖିଆ ସ୍ଥିତ ସତସଙ୍ଗ କେନ୍ଦ୍ରରେ ସମସ୍ତ ଅନୁକୂଳୁଚନ୍ଦ୍ର ଭକ୍ତ ପ୍ରେମୀ ମାନେ ଏହି ପଖାଳ ଦିବସକୁ ଆଡ଼ମ୍ବରରେ ପାଳନକରିଛନ୍ତି | ଅନେକ ପ୍ରକାର ଖାଦ୍ୟ ବ୍ୟଞ୍ଜନ ସହିତ ପଖାଳ ଖାଇବାର ମଜା ଉଠାଇଥିଲେ ସମସ୍ତେ|

ନିଜ ଭିତରେ ଭାଇଚାରାକୁ ବଞ୍ଚାଇ ରଖିବା ଓ ସମସ୍ତେ ଏକତ୍ରିତ ହେଇ ଏକ ଜାଗାରେ ଗୋଟିଏ ମନ ନେଇ ଏହି ଦିବସକୁ ପାଳନ କରିଥିବା କହିଛନ୍ତି | ପଖାଳ ସାଙ୍ଗକୁ ବିଭିନ୍ନ ପ୍ରକାର ସୁସ୍ଵାଦୁ ଖାଦ୍ୟ ସମସ୍ତଙ୍କ ମନକୁ ଆକୃଷ୍ଟ କରିଥିଲା |