ବରିପାଳ ଗ୍ରାମରେ ବାବା ଲୋକନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ

କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ବରିପାଳ ଗ୍ରାମରେ ବହୁ ଆଡମ୍ବରରେ ବାବା ଲୋକନାଥଙ୍କ ମନ୍ଦିର ପ୍ରତିଷ୍ଠା ହୋଇଛି । ରୀତିନୀତି ଅନୁଯାୟୀ ରେମାଳ ନନ୍ଦୀ ରୁ ଗ୍ରାମର ଶତାଧିକ ମହିଳା, ପୂଜକ ମାନସ କୁମାର ହୋତା ,ମହେଶ୍ୱର ହୋତା, କୁନା ମିଶ୍ର ଙ୍କ ଦ୍ଵାରା କଳସ ବୁଡାଇ ଗ୍ରାମ ପରିକ୍ରମା କରିଥିଲେ । ପରେ ମନ୍ଦିର ନିକଟକୁ ଆସିଥିଲେ । ଅକ୍ଷୟ କୁମାର ସା ,ରୁକ୍ମଣୀ ଜେନା କର୍ତା ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ । ତିନି ଦିନ ଧରି ମନ୍ଦିର ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ହୋଇଥିଲା । ପ୍ରଥମ ସନ୍ଧ୍ୟା ରେ ଭଜନ ସମାରୋହରେ କଣ୍ଠଶିଳ୍ପୀ ସ୍ୱର ଭରଦ୍ୱାଜ ,ଶ୍ରୀ କ୍ଷେତ୍ର ଭଜନ ସନ୍ଧ୍ୟା ,ତୃତୀୟ ଭଜନ ସନ୍ଧ୍ୟା ରେ କଣ୍ଠଶିଳ୍ପୀ ଶ୍ରୀ ଚରଣ ଙ୍କ ଦ୍ୱାରା ଭଜନ ସମାରୋହ ହୋଇଥିଲା । ଆଖ ପାଖ ଅଞ୍ଚଳରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା ।