ଚାନ୍ଦବାଲି ବାଳିକା ଉଚ୍ଚ ବିଦ୍ୟାଳୟର ତିନି ଜଣ ଛାତ୍ରୀ ସାଇକେଲ ଯୋଗେ ନିକଟସ୍ଥ ଶିବଦୁର୍ଗା ଉଚ୍ଚ ବିଦ୍ୟାଳୟକୁ ଯାଉଥିବାବେଳେ ଚାନ୍ଦବାଲି ବଡ଼ ବଜାର ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ତିନି ଜଣ ଛାତ୍ରୀଙ୍କୁ ଧକ୍କା ଦେଇଥିଲା ।

ଫଳରେ ଜଣେ ଛାତ୍ରୀ ସୀମା ମହାନ୍ତି ଘଟଣାସ୍ଥଳରେ ଗୁରୁତର ହୋଇପଡିଥିଲେ, ତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିଲା । ଅନ୍ୟ ଦୁଇ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ପରୀକ୍ଷା କେନ୍ଦ୍ରକୁ ପଠାଇ ଦିଆଯାଇଥିଲା ବେଳେ ସେଥିମଧ୍ୟରୁ ବିନୋଦିନି ଦାସ ପରୀକ୍ଷା କେନ୍ଦ୍ରରେ ଅସୁସ୍ଥତା ଅନୁଭଵ କରିବାରୁ ପୁଣି ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।