ବାଇକ ମୁହାଁମୁହିଁ ଧକ୍କା ; ଦୁଇ ଆରୋହୀ ମୃତ, ୨ ଗୁରୁତର

ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଅଗ୍ରୱାଲା ଛକ ଚନ୍ଦନା ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା | ଦୁଇ ବାଇକ ଆରୋହି ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣଙ୍କର ମୃତ୍ଯୁ ହୋଇଛି | ଉକ୍ତ ଦୁଇଟି ବାଇକ ପଛରେ ବସିଥିବା ଅନ୍ୟ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଜଳେଶ୍ବର ହସପିଟାଲରେ ଭର୍ତ୍ତି କରିଥିଲେ |

ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ବର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି | ଘଟଣା ସ୍ଥଳରେ ଜଳେଶ୍ବର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି | ମୃତାହତଙ୍କ ପରିଚୟ ମିଳି ପାରିନି |

Leave a Reply

Your email address will not be published. Required fields are marked *