ମହାକୁମ୍ଭ ରେ ମହା ଘୋଟାଲା, ଆଘୋରୀ ବାବାଙ୍କ ପ୍ରେମରେ ଋଷୀୟ ମହିଳା

ମହାକୁମ୍ଭ ୨୦୨୫ରେ ଅଜବ ଅଜବ ଘଟଣା ଘଟୁଛି ଏବଂ ଅଦ୍ଭୁତ କାହାଣୀ ସବୁ ସାମ୍ନାକୁ ଆସୁଛି । ଆଇଆଇଟି ବାବାଙ୍କଠାରୁ ଆରମ୍ଭ କରି ମୋନାଲିସା ପର୍ଯ୍ୟନ୍ତ, ଅନେକ ଚର୍ଚ୍ଚିତ ଚେହେରା ସୋସିଆଲ ମିଡିଆରେ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଏହି ସମୟରେ ବିବାହର ଅନେକ ଖବର ମଧ୍ୟ ଭାଇରାଲ ହୋଇଥିଲା। ପ୍ରଥମେ ଜଣେ ଗ୍ରୀକ ଝିଅ ଏବଂ ଜଣେ ଦିଲ୍ଲୀ ପୁଅର ବିବାହ ଖବର ଚର୍ଚ୍ଚାରେ ଥିଲା । ଆଉ ଏବେ ମହାକୁମ୍ଭ ପରିଦର୍ଶନ କରିବାକୁ ଆସିଥିବା ଜଣେ ଋଷୀୟ ମହିଳାଙ୍କୁ ନେଇ ହେଉଛି ଚର୍ଚ୍ଚା। କାରଣ ଜଣେ ଅଘୋରୀ ବାବାଙ୍କ ପ୍ରେମରେ ଉବୁଡ଼ୁବୁ ହେଉଥିବା ଖବର ସମସ୍ତଙ୍କୁ ଚକିତ କରିଛି । ଦୁହେଁ ମହାକୁମ୍ଭରେ ବିବାହ କରିଥିବା ମଧ୍ୟ ଜଣାପଡିଛି ଏବଂ ସେମାନଙ୍କର ଅନନ୍ୟ ପ୍ରେମ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ଜଣେ ରୁଷୀୟ ମହିଳାଙ୍କ ସାକ୍ଷାତକାର ନେଉଥିବାର ଦେଖାଯାଉଛି। ସେ ମହିଳାଙ୍କୁ ପଚରାଯାଇଥିଲା, ଆପଣ ହିନ୍ଦୁ ଧର୍ମକୁ ପସନ୍ଦ କରନ୍ତି? ଏଥିରେ ସେି ହସି ହସି ଉତ୍ତର ଦେଲେ ଯେ ସେ ଭଗବାନ ଗଣେଶଙ୍କର ଜଣେ ଭକ୍ତ। ସେହି ସମୟରେ ଯେତେବେଳେ ସେହି ବ୍ୟକ୍ତି ଅଘୋରୀ ବାବାଙ୍କୁ ପଚାରିଲେ ଯେ ଏହି ମହିଳା ଜଣଙ୍କ ତାଙ୍କ ତପସ୍ୟାରେ ବିରକ୍ତି ସୃଷ୍ଟି କରୁଛନ୍ତି କି? ବାବା ଉତ୍ତର ନଦେଇ ଲାଜରେ ହସିଥିଲେ। ଏହି ସୁନ୍ଦର ଏବଂ ଅନନ୍ୟ ମୁହୂର୍ତ୍ତଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଲୋକମାନେ ଏହି ଅନନ୍ୟ ପ୍ରେମ କାହାଣୀ ଉପରେ ମଜାଦାର ପ୍ରତିକ୍ରିୟା ଦେଉଛନ୍ତି।

ଏହି ଭିଡିଓଟି ଇନ୍ସଟାଗ୍ରାମର ପେଜରୁ ଶେୟାର କରାଯାଇଛି, ଯାହାକି ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଭିୟୁ ପାଇସାରିଲାଣି। ଅନେକ ଲୋକ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ଏବେ ଆମକୁ ମଧ୍ୟ ବାବା ହେବାକୁ ପଡିବ। ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ବାବାଙ୍କୁ ତାଙ୍କ ତପସ୍ୟାର ଫଳ ମିଳିଛି।

Leave a Reply

Your email address will not be published. Required fields are marked *