ହଠାତ ଆସି ଲୁଟି ନେଲେ ଲକ୍ଷାଧିକ ଟଙ୍କା

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀ ନିକଟସ୍ଥ ୧୬ନଂ ଜାତୀୟ ରାଜପଥ ବାଇପାସ ରାସ୍ତାରୁ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଓ ଭୁଜାଲିରେ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ସୂଚନା ମିଳିଛି | ସୂଚନା ଅନୁସାରେ, ଯାଜପୁର ବ୍ଲକ ବିଚିତ୍ରପୁରର ବ୍ୟବସାୟୀ ଦିଜେନ୍ଦ୍ର ଦାସ ଓ ସନ୍ତୋଷ ମହାନ୍ତି ଚଣ୍ଡିଖୋଲରୁ ନିଜ କାମ ସାରି ବାରବାଟୀ ସ୍ଥିତ ଗଣେଶ ବଜାରର ଜଣେ ବ୍ୟବସାୟୀଙ୍କ ନିକଟରୁ ଟଙ୍କା ଆଣି ଘରକୁ ଫେରୁଥିବାବେଳେ ବାରବାଟୀ ବାଇପାସ ରାସ୍ତାରେ କାଲି ରାତି ପ୍ରାୟ ୯ ଟା ୧୫ ମିନିଟ ସମୟରେ ଏକ କ୍ୟାମ୍ପରରେ ୨ ଜଣ ଯୁବକ ଆସି ଶ୍ରୀ ଦାସଙ୍କ ଗାଡିକୁ ଆଡା ପକାଇ ଅଟକାଇ ଥିଲେ | ଅନ୍ୟ ଦୁଇଜଣ ଯୁବକ ଏକ ମଟର ସାଇକେଲରେ ଆସି ଏକ ଭୁଜାଲିରେ କାର କାଚକୁ ଭାଙ୍ଗିବା ସହ ବନ୍ଧୁକରୁ ଗୁଳି ଚଳାଇଥିଲେ ଏବଂ ପାଖରେ ରଖିଥିବା ଟଙ୍କା ବ୍ୟାଗକୁ ଛଡାଇ ନେଇ ଫେରାର ହୋଇଯାଇଥିଲେ | ସାଙ୍ଗରେ ଆଣିଥିବା କ୍ୟାମ୍ପର ଗାଡିକୁ ଛାଡି ଚାଲିଯାଇଥିବାବେଲେ ଗୁଳି ଫୁଟା ଶବ୍ଦ ଶୁଣି ଅକ୍ଷପାଖର ଲୋକମାନେ ପହଁଚି ପୋଲିସକୁ ଖବର ଦେଇଥିଲେ |ଖବର ପାଇ ଧର୍ମଶାଳା ଥାନା ଅଧିକାରୀ ତପନ ନାୟକ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ ଜାରି ରଖିଛନ୍ତି l

Leave a Reply

Your email address will not be published. Required fields are marked *