ମାଦଳ ମାଡ଼ରେ କମ୍ପିଲା ଜାହିରା ପୀଠ

ମୟୁରଭଞ୍ଜ ଜିଲ୍ଲାର ବହଳଦା ବ୍ଲକ ଅନ୍ତର୍ଗତ ବାସୀଙ୍ଗି ଗ୍ରାମରେ ଆଦିବାସୀମାନଙ୍କର ଦୁଇ ଦିବସୀୟ ଦର୍ଶନ ପୂଜା ଧୁମ୍ ଧାମରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ଗ୍ରାମର ଦେହୁରୀ ଗ୍ରାମରେ ଥିବା ଜାହିରା ପୀଠରେ ପୂଜା ଅର୍ଚ୍ଚନା କରାଯାଇଥାଏ। ପୂଜା ଦିନ ସନ୍ଧ୍ୟା ସମୟରୁ ବିଭିନ୍ନ ଜାଗାରୁ ଆସିଥିବା ଯୁବକ, ଯୁବତୀ, ମହିଳା ଓ ପୁରୁଷ ମାନେ ଆଦିବାସୀପାରମ୍ପାରିକ ବେଶ ଭୂଷରେ ମାଦଳର ତାଳେ ତାଳେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥାନ୍ତି। ତା’ପର ଦିନ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଏହି ଦର୍ଶନ ପୂଜା ପାଞ୍ଚ ବର୍ଷରେ ଥରେ ଧୁମ୍ ଧାମରେ ଅନୁଷ୍ଠିତ ହୋଇଥାଏ ।

ଏଥି ସହ, ବିଭିନ୍ନ ଜାଗାରୁ ଆସିଥିବା ଯୁବକ, ଯୁବତୀ, ମହିଳା ଓ ପୁରୁଷ ମାନଙ୍କର ମଧ୍ୟରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ ଏବଂ ଶେଷରେ ଯେଉଁ ପ୍ରତିଯୋଗୀ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଇସ୍ଥାନ ଅଧିକାର କରିଥାନ୍ତି, ତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି ଦର୍ଶନ ପୂଜା ଦେଖିବାକୁ ବିହାର, ବେଙ୍ଗଲ, ଛତିଶଗଡ଼ ଏବଂ ଓଡିଶାରୁ ହଜାର ହଜାର ସଂଖ୍ୟାରେ ଆଦିବାସୀ ଯୁବକ-ଯୁବତୀ, ମହିଳା ଓ ପୁରୁଷ ଆସିଥାନ୍ତି। ଜାହିରା ପୀଠରେ ଯିଏ ଯାହା ମାନସିକ କରିଥାଏ, ତାଙ୍କର ମନସ୍କାମନା ପୂରଣ ହୋଇଥାଏ ବୋଲି ଗ୍ରାମର ମାଝୀ ବାବା କହିଛନ୍ତି। ଦର୍ଶନ ପୂଜା କାର୍ଯ୍ୟକ୍ରମରେ ବାବା ଭୀମପାଟକ୍ଲବର ପ୍ରେସିଡେଣ୍ଟ ଶିଙ୍ଗରାୟ ହାଁସଦା, ସେକ୍ରେଟାରୀ ମାଇଶା ସୋରେନ ଏବଂ କ୍ଲବର ସଦସ୍ୟମାନେ ସକ୍ରିୟ ସହଯୋଗ କରିଥଲେ।

Leave a Reply

Your email address will not be published. Required fields are marked *