ବାଲି ମାଫିଆଙ୍କ ଉପରେ ଚଢାଉ, ୨ ଗିରଫ

ଆକ୍ସନ ମୁଡ୍‌ରେ ବାଲେଶ୍ବର ବାଲିଆପାଳ ପୋଲିସ । ଅଣ୍ଡର ଗ୍ରାଉଣ୍ଡରେ କୁଖ୍ୟାତ କୋଟିପତି ବାଲି ମାଫିଆ ନାରାୟଣ ଜେନାର JCB ମେସିନ୍ କୁ ଜବଦ କରିଛି ପୋଲିସ । ରିଙ୍ଗ ମାଷ୍ଟରଙ୍କ ସମେତ ଦୁଇ ଜଣ ଗିରଫ ହେବା ପରେ ଏବେ ନାରାୟଣକୁ ଖୋଜୁଛି ପୋଲିସ । ବାଲେଶ୍ଵର ଜିଲ୍ଲାର ବାଲିଆପାଳ ଥାନା ଅନ୍ତର୍ଗତ ସୁବର୍ଣ୍ଣ ରେଖା ନଦୀ ଗୁହାଳପାଳ, ଛୋଟ ଖାନପୁର ବାଲି ଖାଦାନରେ ଚଢ଼ାଉ ଜୋରଦାର ହୋଇଛି ।

ଚୋରା ବାଲି ଚାଲାଣ ବେଳେ ନାରାୟଣ ଜେନାଙ୍କ JCB ଜବଦ କରିଛି ବାଲିଆପାଳ ପୋଲିସ । ବାଲି ଚୋରି ପାଇଁ ସୁବର୍ଣ୍ଣରେଖା ନଦୀକୁ ଖୋଳି ଚାଲିଥିଲେ ଶହ ଶହ ଡମ୍ପର । ଅଭିଯୋଗ ମତାବକ ନାରାୟଣ ଜେନା ଦିର୍ଘ ଦିନ ଧରି ଦିନ ଓ ରାତି ଏକ କରି ନଦୀ ଘାଟକୁ ଲୁଟି ଚାଲିଥିଲା । ବାଲିଆପାଳ ପୋଲିସ ଗୋଟିଏ ଟିମ୍ ଗଠନ କରି ଚାଢାଉ କରିଥିଲା । ଆଗାମି ଦିନରେ କୌଣସି ରାଜନୈତିକ ଚାପରେ କାମ ନକରି ଲୋକଙ୍କୁ ସଠିକ୍ ନାୟ ଦିଆଯିବ ବୋଲି ବାଲିଆପାଳ ଆଇ.ଆଇ.ସି. ବ୍ରହ୍ମାନନ୍ଦ ସ୍ବାଇଁ କହିଛନ୍ତି ।

Leave a Reply

Your email address will not be published. Required fields are marked *