ପ୍ରେମିକାର ସଉକ ପୂରଣ କରିବା ପାଇଁ କରୁଥିଲା ଚୋରି, ଲକ୍ଷ୍ନୌରୁ ଆଇନ ଛାତ୍ର ଗିରଫ

ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ରୁ ଆସିଛି ଏକ ଚକିତ ଖବର । ଯେଉଁଠାରେ ଜଣେ ଯୁବକ କେବଳ ଏଥିପାଇଁ ଚୋରି କରିବାକୁ ଲାଗିଲା,କାରଣ ତାକୁ ନିଜ ପ୍ରେମିକାଙ୍କ ମହଙ୍ଗା ସଉକ ପୂରଣ କରିବାର ଥିଲା I ତେବେ ବର୍ତ୍ତମାନ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ଜେଲକୁ ପଠାଇଦେଇଛି । ପୁରା ମାମଲା ଗୋମତି ନଗରର ବୋଲି କୁହାଯାଉଛି |

ପୋଲିସ କହିଛି ଯେ ଗୋମତି ନଗରର ଏମଆର ଗୋମତି ଗ୍ରୀନ୍ସରେ ଅନେକ ଚୋରି ଘଟଣା ମାମଲାର ପର୍ଦାଫାଶ ହୋଇଛି । ସିସିଟିଭି ସାହାଯ୍ୟରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି | ଯୁବକ ଜଣକ ଜୈନପୁରର ବାସିନ୍ଦା, ଯାହାର ନାମ ଅବଦୁଲ ହଲିମ। ସେ ଗୋମତି ଗ୍ରୀନ୍ସରେ ରହି ଆଇନ ଅଧ୍ୟୟନ କରୁଛି । ଧରାପଡ଼ିବା ପରେ ଅବଦୁଲ କହିଥିଲେ ଯେ ସେ ତାଙ୍କ ଗର୍ଲଫ୍ରେଣ୍ଡର ସଉକ ପୂରଣ କରିବା ପାଇଁ ଚୋରି କରୁଥିଲେ ।

ପ୍ରେମିକାର ଏହି ସବୁ ସଉକ ଗୁଡ଼ିକୁ ପୂରଣ କରିବା ପାଇଁ କରୁଥିଲା ଚୋରି

ଗୋଟିଏ ସପ୍ତାହରେ ସେ ତିନୋଟି ଘରକୁ ଟାର୍ଗେଟ କରୁଥିଲା । ଅଭିଯୁକ୍ତ କହିଛନ୍ତି ଯେ ତାଙ୍କ ପ୍ରେମିକାର ସଉକ ମଲ୍ ଯିବା , ସପିଂ କରିବା , ଆଇ-ଫୋନ୍ କିଣିବା ଏବଂ କ୍ଲବ ଯିବା । ଏହା ବ୍ୟତୀତ ଚଳଚ୍ଚିତ୍ର ଦେଖିବା ମଧ୍ୟ ସଉକ ରଖେ | ପ୍ରେମିକାର ଏହି ସବୁ ସଉକ ପୂରଣ କରିବା ପାଇଁ ସାଜିଥିଲି ଚୋର |

Leave a Reply

Your email address will not be published. Required fields are marked *