ବର୍ଷା ଯୋଗୁଁ ଧସେଇ ଗଲା ଖାନନଗର ମାଇନର ପୋଲ , କେନ୍ଦ୍ରାପଡ଼ାରୁ କଟକ ଯାତାୟାତ ଠପ୍

କେନ୍ଦ୍ରାପଡ଼ା ଜିଲ୍ଲାରେ ଜାରି ରହିଛି ଲଗାଣ ବର୍ଷା । ଫଳରେ ଆଜି ସକାଳୁ ଡେରାବିଶ ଖାନ ନଗର କାରଣ୍ଡିଆ ନଦୀ ବ୍ରାଞ୍ଚ କେନାଲର ଖାନନଗର ପୋଲ ଓ ଆରଡ଼ି ରୋର୍ଡ ଦବି ଯାଇଛି । ରାସ୍ତା ଧସେଇ ଯିବାରୁ ରାସ୍ତାରେ ପ୍ରାୟ ପାଞ୍ଚ ଫୁଟର ଗର୍ତ୍ତ ସୃଷ୍ଟି ହୋଇଛି । ପୋଲ ଟି ସତୁରି ବର୍ଷରୁ ଉର୍ଦ୍ଧ ସମୟ ହେବ ମରାମତି ହୋଇ ନଥିବା ବେଳେ ପୋଲର ଉନ୍ନତି କରଣ ପାଈଁ ଏକ ବର୍ଷ ପୂର୍ବେ ଟେଣ୍ଡର ହୋଇଥିଲା । କିନ୍ତୁ କଣ୍ଟ୍ରାକ୍ଟରଙ୍କ ଅବହେଳା ଓ ଆରଡ଼ି ଡିପାର୍ଟମେଣ୍ଟର ଦାଇତ୍ୱହୀନତା ଯୋଗୁ ପୋଲ ଓ ରାସ୍ତା ମରାମତି କାର୍ଯ୍ୟ ଆଜି ପର୍ଯ୍ଯନ୍ତ ଆରମ୍ଭ ହୋଇ ପାରିନାହିଁ ।

ରାସ୍ତା ଟି କେନ୍ଦ୍ରାପଡା ରୁ କଟକ କୁ ସଂଯୋଗ କରୁଥିବା ବେଳେ ଦିନକୁ ହଜାର ହଜାର ଗାଡି ଏହି ରାସ୍ତା ଦେଇ ଜା ଆସ କରିଥାନ୍ତି । କିନ୍ତୁ ରାସ୍ତାରେ ଗର୍ତ୍ତ ସୃଷ୍ଟି ହେବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

Leave a Reply

Your email address will not be published. Required fields are marked *