
ସୁଭଦ୍ରା ଯୋଜନା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ଆଧାର ସଂଯୋଗ ତଥା ଇକେଓ୍ବାଇସି କରିବାକୁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଆଧାର କାର୍ଡ ସଂଯୋଗ ପାଇଁ ଘଣ୍ଟା ଘଣ୍ଟା ଧାଡ଼ି ବାନ୍ଧି ଛିଡ଼ା ହେଉଛନ୍ତି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ସଦର ମହକୁମା ଉପ ଡାକ ଘରେ ଆଜି ଅଧରାତିରୁ ଛୋଟ ଛୋଟ ପିଲାଙ୍କୁ ଧରି ଧାଡ଼ିରେ ମହିଳା ମାନେ ଛିଡା ହୋଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି ।
ଆଧାର ନାମ ସହିତ ମୋବାଇଲ ନମ୍ବରକୁ ସଂଯୋଗ କରିବାକୁ ଲୋକେ ଚମ୍ପୁଆ ଉପ ଡାକଘର ସମ୍ମୁଖରେ ଧାଡି ବାନ୍ଧି ଛିଡ଼ା ହୋଇଥିବା ବେଳେ ଏହି ଧାଡ଼ିରେ ଛୋଟ ଛୋଟ ପିଲା ଓ ବୃଦ୍ଧ ବୃଦ୍ଧା ମଧ୍ୟ ଥିବା ଦେଖିବାକୁ ମିଳିଛି । ଲୋକେ କାମଧନ୍ଦା ଛାଡି ଆଧାର ସଂଯୋଗ କରିବାକୁ ଧାଡ଼ି ଲଗାଇଥିବା ବେଳେ ଛୋଟ ଛୋଟ ପିଲାମାନେ ସ୍କୁଲ ବନ୍ଦ୍ କରି ଧାଡ଼ି ଲଗାଇବା ଦୃଶ୍ୟ ଦେଖିବାକୁ ମିଳିଛି । ସବୁଠୁ ବଡ କଥା ହେଉଛି ଧାଡ଼ିରେ ରହିବା ପାଇଁ ଲୋକେ ଅଧ ରାତିରୁ ପିଲା ଛୁଆଙ୍କୁ ଧରି ଡ଼ାକ ଘର ସମ୍ମୁଖରେ ଭିଡ ଜମାଇଛନ୍ତି ।
ଅନ୍ୟପଟେ ଠିକ୍ ସମୟରେ ସୁଭଦ୍ରା ଓ ଖାଦ୍ୟ ସୁରକ୍ଷା ଯୋଜନାର ପୋର୍ଟାଲ ଖୋଲୁ ନଥିବା ଯୋଗୁଁ ବିଭିନ୍ନ ଜନସେବା କେନ୍ଦ୍ର ଓ ପିଡିଏସ ସେଣ୍ଟରରେ ମଧ୍ୟ ଲୋକେ ଧାଡ଼ି ବାନ୍ଧି ଛିଡ଼ା ହେବାର ଦୃଶ୍ୟ ଦେଖିବାକୁ ମିଳିଛି । ଭିଡ ମଧ୍ୟପରେ ଆଧାର ସଂଯୋଗ ପାଇଁ ବହୁ ଅବ୍ୟବସ୍ଥା ମଧ୍ୟ ଦେଖାଦେଇଛି । ଗୋଟିଏ ଦିନରେ ସ୍ବଳ୍ପ ସଂଖ୍ୟରେ ଲୋକଙ୍କ ଆଧାର ସଂଯୋଗ ହୋଇପାରୁଥିବା ବେଳେ ଦିନକୁ ଦିନ ଏହି ସମସ୍ୟା ବଢିବାରେ ଲାଗିଛି । ଏଣୁ, ଅସନ୍ତୋଷ ଯେତିକି ବଢୁଛି ଡ଼ାକ ଘର ସମ୍ମୁଖରେ ଲୋକଙ୍କ ଭିଡ଼ ସେତିକି ବୃଦ୍ଧି ପାଉଛି ।
,
The journey of a Zerchik mushroom is one of care, quality, and precision. Grown in the fertile soils of Iraq, each mushroom is hand-picked at the peak of freshness. From there, it is delivered straight to customers, ensuring that it reaches tables across Iraq and beyond in perfect condition. Zerchik’s commitment to the farm-to-table philosophy guarantees that every mushroom is fresh, flavorful, and ready to be enjoyed. This dedication to quality and freshness makes Zerchik the preferred choice for mushroom lovers everywhere.