
ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ଅଂଶଗ୍ରହଣ କରି ପ୍ୟାରିସରୁ ଦିଲ୍ଲୀର ବିମାନବନ୍ଦରରେ ପହଞ୍ଚିବା ପରେ ଭାରତୀୟ ରେସଲର ଭିନେଶ ଫୋଗାଟ କାନ୍ଦିବାର ଦୃଶ୍ୟ ଯେକୌଣସି ଭାରତୀୟଙ୍କୁ ବ୍ୟଥିତ କରିବ । ଆଜି ସାରା ଭାରତ ତାଙ୍କୁ ଏକ ଐତିହାସିକ ସ୍ୱାଗତ କରିଥିଲା |ସେ ଅଲମ୍ପିକରେ ବିଶ୍ବ ବିଜେତା ସୁସାକି ଯୁଇଙ୍କୁ ହରାଇ ତାଙ୍କ ପାରିଦର୍ଶିତା ଦେଖାଇଥିଲେ, ପରେ ସେମି ଫାଇନାଲରେ ତାଙ୍କ ଚମତ୍କାର ପ୍ରଦର୍ଶନ ସମସ୍ତ ବିଶ୍ୱକୁ ସ୍ତବ୍ଧ କରିଥିଲା କିନ୍ତୁ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ରେ ତାଙ୍କର ଚମତ୍କାର ପ୍ରଦର୍ଶନ ପରେ ମଧ୍ୟ ତାଙ୍କୁ ମାତ୍ର ୧୦୦ ଗ୍ରାମ ଓଜନ ଅଧିକ ଥିବା ହେତୁ ଫାଇନାଲ ପୂର୍ବରୁ ଡ଼ିସକ୍ୱାଲିଫାଂଏ କରାଯାଇଥିଲା ସେଥିପାଇଁ ସେ କୌଣସି ପଦକ ହାସଲ କରିପାରିନଥିଲେ ।

ଏହା ପରେ ଦୁଃଖର ସହ କୁସ୍ତିରୁ ମଧ୍ୟ ସନ୍ୟାସ ନେଇଥିଲେ । ଆଜି ପ୍ୟାରିସରୁ ଫେରି ପରିବାରବର୍ଗ ଓ ସାଥି ଖେଳାଳିଙ୍କୁ ଦେଖି ସେ ତାଙ୍କ କାନ୍ଦ ରୋକି ପାରିନଥିଲେ । ତେବେ, ସୂଚନା ଅନୁଯାୟୀ, ତାଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ କଂଗ୍ରେସ ସାଂସଦ ଦୀପେନ୍ଦର ହୁଡା, ସାକ୍ସି ମଲିକ, ବଜରଙ୍ଗ ପୁନିଆ ଏବଂ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ।