
ମୃତ୍ୟୁ କେତେବେଳେ ଆସେ କେମିତି ଆସେ ତାହା କେହି କହିପାରିବେନି। ବାପା ମା ଙ୍କୁ ଦେଖିବା ଆଗରୁ ଲିଭିଗଲା ଜୀବନ ଦୀପ । ଏଭଳି ଏକ ଅଭାବନୀୟଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଅରୀଲୋ ଗ୍ରାମରେ । ସୂଚନା ମୁତାବକ ଗତ କାଲି ଅପରାହ୍ନରେ ପାଗା କୁଆଁପାଳ ପୁର୍ତ୍ତ ରାସ୍ତାର ଭେଡା ବାରାହିପୁର୍ ମଝିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତକ ହେଉଛନ୍ତି ସାହାପୁର୍ ପଞ୍ଚାୟତର ଆରୀଲୋ ଗ୍ରାମର ବ୍ରହ୍ମାନନ୍ଦ ରାଉତଙ୍କ ପୁଅ ଅନିଲ ରାଉତ । ପାଗା କୁଆଁପାଳ ରାସ୍ତା ଦେଇ ଅନିଲ ଏକ କାର୍ ରେ ଭୁବନେଶ୍ୱରରୁ ଅରୀଲୋ ଗ୍ରାମରେ ଥିବା ବାପା ମା ଙ୍କୁ ନେବା ପାଇଁ ଆସୁଥିଲେ ବାଟରେ ଭେଡା ବାରହିପୁର୍ ମଧ୍ୟସ୍ତଳୀରେ ଭାର ସାମ୍ୟ ହରାଇ କାର୍ ଟି ପଟା ମୁଣ୍ଡାଇ କେନାଲକୁ ଓଲଟି ପଡିଥିଲା । ନିକଟରେ କିଛିଚାଷୀ ଦୌଡି ଆସି କାରଟିକୁ ଦମକଳବାହୀନି ସହାୟତାରେ ଉଦ୍ଧାର କରିଥିଲେ କାରଭିତରୁ ଅନିଲଙ୍କୁ ଗୁରୁତର ଅବସ୍ତାରେ ଉଦ୍ଧାର କରାଯାଇଥିଲା । ପରେ ଡାକ୍ତରଖାନାରେ ଭର୍ତ୍ତିକରାଯାଇଥିଲା ସେତେବେଳକୁ ଅନିଲ ସବୁଦିନ ପାଇଁ ଆଖି ବୁଜି ସାରିଥିଲେ । ଘଟଣା ସ୍ଥଳରେ ମାହାଙ୍ଗା ପୋଲିସ ପହଂଚି ଘଟଣା ର ତଦନ୍ତ ଆରମ୍ଭ କରିଛି ।