
ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ତେବେ ଏହି ପରୀପ୍ରେକ୍ଷୀରେ ଯୋଡା ବ୍ଲକ ଅନ୍ତର୍ଗତ ଦେଓଝର ପଞ୍ଚାୟତର ମୁର୍ଗାଠାରେ ଅବସ୍ଥିତ ରାଜ୍ୟ ପ୍ରସିଦ୍ଧ ଧବଳେଶ୍ୱର ଶୈବପୀଠରେ ଶ୍ରାବଣ ମାସର ପ୍ରଥମ ସୋମବାରରେ ଦଶ ହଜାରରୁ ଉର୍ଦ୍ଧ୍ବ ଶୈବ କାଉଡିଆ ଜଳାଭିଷେକ କରିବା ସହ ଦର୍ଶନ କରିଥିବାର ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରକାଶ କରାଯାଇଛି ।
ସେହିଭଳି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବାବା ଆଖଣ୍ଡଳମଣି ପୀଠରେ ସବୁ ଥର ପରି ଚଳିତ ବର୍ଷ ମଧ୍ୟ ବୋଲ ବମ ଭକ୍ତ ମାନଙ୍କ ପାଇଁ ପ୍ରଶାସନ ତରଫରୁ ଲାଇଟ୍ ଓ ଟେଣ୍ଟ ର ବ୍ୟବସ୍ଥା ହୋଇଛି ହେଲେ ଅତି ନିମ୍ନମାନର ଟେଣ୍ଟ ଓ ଲାଇଟ୍ ହୋଇଛି ବୋଲି ସ୍ଥାନୀୟ ଯୁବକ ମାନେ ଅଭିଯୋଗ କରିଛନ୍ତି।ପ୍ରଶାସନ ତରଫରୁ ସଂଧ୍ୟା ୬ଘଟିକା ପର୍ଯ୍ୟନ୍ତ ଘାଟ ଖୋଲା ରହିଥିବା କଥା ଯଣାପଡିଛି। ଅବଶିଷ୍ଟ ଯାତ୍ରୀମାନେ କିପରି ସୁବିଧାରେ ରାତି ସମୟରେ କିପରି ବିଶ୍ରାମ ନେଇପାରିବେ ସେ ଦିଗରେ ନଜର ଦେବାକୁ ସାଧାରଣ ରେ ଦାବି ହୋଇଛି। ବହୁ ଦୂରଦୂରାନ୍ତରୁ ଯାତ୍ରୀମାନେ ଚାଲି ଚାଲି ଆସି ରାତିରେ ବିଶ୍ରାମ ନେବା ପାଇଁ ପ୍ରଶାସନ ପକ୍ଷରୁ ହୋଇଥିବା ବ୍ୟବସ୍ଥା ସମ୍ପୁର୍ଣ୍ଣ କୋମାରେ। ସ୍ଥାନୀୟ ଯୁବକ ମାନେ ଏ ବିଷୟରେ ଚାନ୍ଦବାଲି ବିଡ଼ିଓ ଓ ତହସିଲଦାର ଙ୍କୁ ଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ବୋଲି ଅଭିଯୋଗ କରିଛନ୍ତି। ଯେହେତୁ ନଦୀ ପାର୍ଶ୍ବ ଓ ବର୍ଷା ଦିନ ଅନ୍ଧାର ଓ ତଳେ ଯାତ୍ରୀମାନେ ବିଶ୍ରାମ ନେଉଥିବା ର ନଜିର ହୋଇଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚାପାଗୁଞ୍ଜରଣ ସୃଷ୍ଟି ହେବାର ଦେଖିବାକୁ ମିଳିଛି।
ତେବେ ଦୂର ଦୂରାନ୍ତରୁ ପାଣି ଆଣି ଆସୁଥିବା କାଉଡିଆ ତଥା ଶିବ ଭକ୍ତଙ୍କ ଲମ୍ୱାଧାଡି ବିଭିନ୍ନ ଶୈବପୀଠକୁ ଲମ୍ୱିଛି