ଦମ୍ପତ୍ତିଙ୍କ ସନ୍ଦେହ ଜନକ ମୃତ୍ୟୁ, ଛାନଭିନରେ ପୋଲିସ

ଘରୁ ସ୍ବାମୀ ସ୍ତ୍ରୀଙ୍କ ମୃତ ଦେହ ଉଦ୍ଧାର । ଉଭୟ ଜୀବନ ହାରିଥିବା ପୋଲିସର ସୂଚନା । ସୂଚନା ଅନୁଯୟୀ ଡେରାବିଶ ଥାନା ଅନ୍ତର୍ଗତ ଫକୀରାବାଦ ଗାଁ ର ଧରଣୀ ଧର ଜେନାଙ୍କ ପୁଅ ମକର ଜେନା ଓରଫ କାର୍ତିକ ଦୁଇ ବର୍ଷ ତଳେ ଡାଳିଚି ଗାଁ ର ପିଙ୍କି ଓରଫ ସସ୍ମିତା ଦାସଙ୍କୁ ପ୍ରେମ ବିବାହ କରିଥିଲେ । ସବୁକିଛି ଠିକ୍ ଠାକ୍ ଚାଲିଥିବାବେଳେ ପ୍ରତିଦିନ ଭଲି ଗତକାଲି ଖାଇ ପି ସୋଇବାକୁ ଚାଲିଯାଇଥିଲେ ଉଭୟ ମାତ୍ର ଆଜି ସଖାଳୁ ବିଳମ୍ବ ଯାଏଁ ସୋଇବା ଘରର କବାଟ ଖୋଲିନଥିଲା ବାଧ୍ଯ ହୋଇ ଘରଲୋକ କବାଟ ଭାଙ୍ଗିଦେଇଥିଲେ ପରିବାର ଲୋକେ , କବାଟ ଖୋଲି ଦେଖନ୍ତିତ ଉଭୟ ଜୀବନ ହାରିଦେଇଛନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣା ସ୍ଥଳରେ ଡେରାବିଶ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଛେଦ ପାଈଁ ପଠାଇଛନ୍ତି

Leave a Reply

Your email address will not be published. Required fields are marked *