ବାଲିଗୁଡା ରେ ବନ ମହୋତ୍ସବ ପାଳିତ l ବାଲିଗୁଡ଼ା ଡିଭିଜନ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳିତ ହୋଇ ଯାଇଛି l ପ୍ରଥମ ଦିବସ ରେ ବାଲିଗୁଡ଼ା ଡି ଏଫ୍ ଓ ବିଶ୍ବରାଜ ପଣ୍ଡା ଉପସ୍ଥିତ ରହି ମାଗଣା ଚରା ବିକ୍ରୟ କେନ୍ଦ୍ର ର ଶୁଭ ଉଦଘାଟନ କରିଥିଲେ ଏବଂ କଂଧମାଳ ଜିଲ୍ଲା ବାଲିଗୁଡ଼ା ଡିଭିଜନ ଅଞ୍ଚଳ ରେ ବୃକ୍ଷ ରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଥିଲେ l ବାଲିଗୁଡ଼ା ର ବହୁ ଜନ ସାଧାରଣ ବିଭିନ୍ନ କିସମ ର ବହୁମୂଲ୍ୟ ବାନ ଚାରା ରୋପଣ ପାଇଁ ଘରକୁ ନେଇ ଥିଲେ ଅନ୍ୟମାନଙ୍କ ମଧ୍ୟରେ ଏସ ସି ଏଫ୍ ମନୋରଂଜନ ବାଘ ଏସି ଏଫ୍ ପ୍ରଫୁଲ୍ଲ କୁମାର ମଲ୍ଲିକ ରେଞ୍ଜର ଅତୁଲ୍ୟ କୁମାର ମହାନ୍ତି ଫରେଷ୍ଟର ପ୍ରଭାତ କୁମାର ଦୋରା ଓ ସମସ୍ତ ବନ କର୍ମଚାରୀ ଉପସ୍ଥିତ ଥିଲେ l