ରାଜ୍ୟର ତିନି ରାଜ୍ୟସଭା ଆସନ ପାଇଁ ହେବାକୁ ଯାଉଛି ନିର୍ବାଚନ

ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି । ଆଜିଠାରୁ ଫେବ୍ରୁଆରୀ ୧୫ ଯାଏ ଚାଲିବ ନାମାଙ୍କନ। ଫେବୃଆରୀ ୧୬ ତାରିଖରେ ହେବ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ୨୦ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର । ଫେବୃଆରୀ ୨୭ ତାରିଖ ସକାଳ ୯ଟା ରୁ ୪ଟା ଯାଏ ଭୋଟ ଗ୍ରହଣ ହେବ । ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଓଡିଶାର ୩ଟି ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି । ଆସନ୍ତା ଏପ୍ରିଲ ୩ରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟ କାଳ ସରୁଛି । ତେବେ ପୂର୍ବ ଥରକ ବିଜେଡିର ବହୁମତ ଥିବା ସତ୍ତ୍ବେ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟସଭାକୁ ବିଜେଡି ପଠାଇଥିଲା। ଏବେ ମଧ୍ୟ ବିଜେଡିର ରାଜ୍ୟସଭା ବାଟ ନିଷ୍କଣ୍ଟକ ରହିଛି। ସେପଟେ ବିଜେପି ଓ କଂଗ୍ରେସର ସଂଖ୍ୟା ଗଣିତ କମ ରହିଥିବାରୁ ଦୁଇ ଦଳ ପାଇଁ ରାଜ୍ୟସଭା ଅପହଞ୍ଚ ରହିଛି। ଦେଖିବାକୁ ରହିଲା ବେଜେଡି ୩ଟି ଯାକ ରାଜ୍ୟସଭା ଆସନ ପାଇଁ ନିଜେ ପ୍ରାର୍ଥୀ ଦେଉଛି ନା ବିଜେପିର କୌଣସି ପ୍ରାର୍ଥୀଙ୍କୁ ସମର୍ଥନ କରୁଛି।

One thought on “ରାଜ୍ୟର ତିନି ରାଜ୍ୟସଭା ଆସନ ପାଇଁ ହେବାକୁ ଯାଉଛି ନିର୍ବାଚନ

Leave a Reply

Your email address will not be published. Required fields are marked *