
କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେପି ନେତ୍ରୀ ଡ ସୁନୀତି ମୁଣ୍ଡ ‘ଗାଁକୁ ଚାଲ ଅଭିଯାନ’ ଜାରି ରଖିଛନ୍ତି। ଚଳିତ 4 ତାରିଖରୁ ସୁନୀତି ଭବାନୀପାଟଣା, ଲାଞ୍ଜିଗଡ଼, ନର୍ଲା ଜୁନାଗଡ଼ ଓ ଧର୍ମଗଡ଼ ବିଧାନସଭା କ୍ଷେତ୍ରରେ ଘରକୁ ଘର ଯାଇ ଗତ ୯ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ, କର୍ତବ୍ୟ ପ୍ରତି ଅବିଚଳିତ ପ୍ରତିବଦ୍ଧତା ଦେଶର ବିକାଶକୁ କିଭଳି ନୂଆ ପରିଭାଷା ଦେଇଛି ସେ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ।
ଓଡ଼ିଶାର ବିକାଶ ପାଇଁ ନଅ ବର୍ଷରେ ମୋଦି ସରକାର ୧୮ ଲକ୍ଷ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି। ଏହା ସହିତ ଦରିଦ୍ର ପରିବାରକୁ ପକ୍କା ଘର, ଖାଦ୍ୟ ସୁରକ୍ଷା ଯୋଜନା, ରନ୍ଧନ ଗ୍ୟାସ, ଶୌଚାଳୟ, ମାଗଣା ବିଦ୍ୟୁତ ଭଳି ଜନ କଲ୍ୟାଣକାରୀ ଯୋଜନାଗୁଡିକ ସମ୍ପର୍କରେ ସୁନୀତି ସଚେତନ କରାଇଥିଲେ। ରାଜ୍ୟର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ମଧ୍ୟ ସେ ଜନସାଧାରଣଙ୍କୁ ବୁଝାଇଥିଲେ। କଳାହାଣ୍ଡି ଲୋକସଭା ଅନ୍ତର୍ଗତ 2953 ଗ୍ରାମରୁ ସୁନୀତି ଏଯାବତ୍ 2200 ଗ୍ରାମ ବୁଲି ସାରିଛନ୍ତି ଆଉ 753 ଗ୍ରାମ ଆଗାମୀ 11 ତାରିଖ ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏହା ପୂର୍ବରୁ ସେ ପଞ୍ଚାୟତ ପରିକ୍ରମା, ମଣ୍ଡଳ ପ୍ରବାସ, 18 ବ୍ଲକରେ ପଦଯାତ୍ରା (କ୍ରାନ୍ତି ଯାତ୍ରା) ଆଦି ମାଧ୍ୟମରେ ଜନସମ୍ପର୍କ କରି ଲୋକଙ୍କ ସହିତ ନିୟମିତ ଯୋଡି ହୋଇଆସୁଛନ୍ତି। ସେ ଲୋକଙ୍କ ସହିତ ଯୋଡି ହେବାରେ ଜନସଚେତନା ସହିତ ମହିଳା ମାନେ ଉତ୍ସାହିତ ହେଉଥିବା ପ୍ରକାଶ କରିଛନ୍ତି।
ଚଳିତ 4 ତାରିଖରୁ ସୁନୀତି ଭବାନୀପାଟଣା, ଲାଞ୍ଜିଗଡ଼, ନର୍ଲା ଜୁନାଗଡ଼ ଓ ଧର୍ମଗଡ଼ ବିଧାନସଭା କ୍ଷେତ୍ରରେ ଘରକୁ ଘର ଯାଇ ଗତ ୯ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ, କର୍ତବ୍ୟ ପ୍ରତି ଅବିଚଳିତ ପ୍ରତିବଦ୍ଧତା ଦେଶର ବିକାଶକୁ କିଭଳି ନୂଆ ପରିଭାଷା ଦେଇଛି ସେ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ।
Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me? https://accounts.binance.bh/register/person?ref=IXBIAFVY
I don’t think the title of your article matches the content lol. Just kidding, mainly because I had some doubts after reading the article.