ଉଦଯାପନୀ ଉତ୍ସବରେ ଯୋଗଦେଲେ ମନ୍ତ୍ରୀ ଅଶ୍ଵନୀ କୁମାର ପାତ୍ର, ମନ୍ତ୍ରୀ ପ୍ରିତୀରଞ୍ଜନ ଘଡେଇ ଏବଂ କୋଶଳ କବି ପଦ୍ମଶ୍ରୀ ହଳଧର ନାଗ୍

କେନ୍ଦୁଝର ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ କୃଷ୍ଣଲୀଳା ଲୋକନୃତ୍ୟ ସଂଘ ଆନୁକୂଲ୍ୟରେ ଯୋଡ଼ା ବ୍ଲକ୍, ବଡହୁଣ୍ଡୁଳା ଗ୍ରାମରେ ୩ ଦିନ ଧରି କୃଷ୍ଣଲୀଳା ରାସ ମହାମଞ୍ଚ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାର ୪୨ ଟି ରାସ ସଙ୍କୀର୍ତ୍ତନ ଦଳ ଗୋଟିଏ ମଞ୍ଚରେ ଯୋଗ ଦେଇ ପାରମ୍ପାରିକ ନାମ ସଙ୍କୀର୍ତ୍ତନ ନୃତ୍ୟ କଳା ପ୍ରଦର୍ଶନ କରି ଲୋକଙ୍କୁ ବିମୋହିତ କରିଥିଲେ । ସଙ୍କୀର୍ତ୍ତନ ଦଳ ଗୁଡିକ ମଧ୍ୟରେ ପ୍ରତିଯୋଗିତା କରାଯାଇ ବିଚାରକଙ୍କ ଦ୍ଵାରା ପ୍ରତି ଦଳ ରୁ ୪ ଜଣ ଲେଖାଏଁ କୃତୀ ପ୍ରତିଭାଙ୍କୁ ଚୟନ କରାଯାଇ ଉଦଯାପନୀ ଉତ୍ସବରେ ମାନପତ୍ର ପ୍ରଦାନ ପୂର୍ବକ ରାସ ରତ୍ନ ସମ୍ମାନ ରେ ସମ୍ମାନିତ କରାଯାଇଥିଲା ।
ଏହା ବ୍ୟତୀତ ଜିଲ୍ଲାର ସମସ୍ତ ମନୋନୀତ ବୟୋଜ୍ୟେଷ୍ଠ କଳାକାରଙ୍କୁ ସାରସ୍ଵତ ସଂକୀର୍ତ୍ତନ ସାଧକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ସମ୍ବର୍ଦ୍ଧନା ସମାରୋହରେ ରାଜ୍ୟ ସରକାଙ୍କ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ବିଭାଗ ମନ୍ତ୍ରୀ ଅଶ୍ଵନୀ କୁମାର ପାତ୍ର, ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ, ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରିତୀରଞ୍ଜନ ଘଡେଇ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ ।
ସେହିପରି ବଡ଼ବିଲ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ. ଅସିତ୍ ପ୍ରଧାନ ମୁଖ୍ୟବକ୍ତା, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଏବଂ କୋଶଳ କବି ପଦ୍ମଶ୍ରୀ ହଳଧର ନାଗ୍ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ହଜାର ହଜାର ସଂସ୍କୃତିପ୍ରେମୀ ଯୋଗଦେଇଥିଲେ।
Thanks for sharing. I read many of your blog posts, cool, your blog is very good.