
ରାଜଧାନୀ ଭୁବନେଶ୍ବରରେ ଦୁଇ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣାରେ ୮ ଜଣଙ୍କୁ ଗିରଫ କରିଛି ପୋଲିସ। ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଚଳାଇଛି ସର୍ଚ୍ଚ। ଅଭିଯୁକ୍ତ ଓ ଆହତ ଦୁଇ ଜଣଙ୍କ ନାମରେ ଥାନାରେ ରହିଛି ବହୁ ମାମଲା। ଗତକାଲି ଏୟାରପୋର୍ଟ ଟ୍ରାଫିକ ଛକରେ ନିକଟରେ ଶିବା ଓ ରାକା ଜଣେ ବୃଦ୍ଧଙ୍କୁ ଏକ ଜାଗାକୁ ନେଇ ଧମକ ଚମକ ଦେଉଥିବା ବେଳେ ୨୦ରୁ ଊର୍ଦ୍ଧ୍ବ ଯୁବକ ସଂଘବଦ୍ଧ ଭାବେ ଉଭୟଙ୍କ ଉପରେ ଆକ୍ରମଣ କରିଥିଲେ । ଶିବାର ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ରାକା ସାମାନ୍ୟ ଆହତ ହୋଇଛି। ଉଭୟଙ୍କୁ ପୋଲିସ ପହଞ୍ଚି କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ଶିବାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଏହି ଘଟଣାରେ ଆକ୍ରମଣକାରୀଙ୍କୁ ଖୋଜି ଫରେଷ୍ଟ ପାର୍କ ଓ କେଦାରପଲ୍ଲୀ ବସ୍ତିରୁ ୮ ଜଣଙ୍କୁ ଗିରଫ କରିଛି। ଅନ୍ୟମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପୋଲିସ ରେଡ ଚଳାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି କି, ରାକା ଓ ଶିବା ଗୋଷ୍ଠି ତଥା ଆକ୍ରମଣକାରୀ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ଏକ ଯାଗାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଗତକାଲି ଶିବା ଓ ରାକା ଜଣଙ୍କୁ ଆକ୍ରମଣ କରିବାକୁ ଯାଉଥିବା ବେଳେ ୨୦-୨୨ ଜଣ ତାଙ୍କ ଉପରେ ଆକ୍ରମଣ କରିଥିଲେ। ସମସ୍ତଙ୍କ ନାମରେ ଥାନାରେ ଏକାଧିକ ମାମଲା ରହିଛି। ଆକ୍ରମଣକାରୀ ଗୋଷ୍ଠୀ କେବିଏନ ଗ୍ରୁପ ନାମରେ ରାଜଧାନୀରେ ରଚୁଛନ୍ତି ଆତଙ୍କ।
Your point of view caught my eye and was very interesting. Thanks. I have a question for you.