ତାଳପତ୍ରରେ ନିର୍ମିତ ପ୍ରତିମୂର୍ତ୍ତିରେ ପୂଜା ପାଉଛନ୍ତି ମହାମାୟା

ମଣ୍ଡପରେ ବିରାଜିଛନ୍ତି ମହାମାୟା ।ପୁର ପଲ୍ଲୀ ହୋଇଉଠୁଛି ଚଳଚଞ୍ଚଳ । ଗାଁ ଠୁ ସହର ସବୁଠି ଉତ୍ସବର ମାହୋଲ । ବିଭିନ୍ନ ସ୍ଥାନରେ ଭିନ୍ନ ସାଜ ସଜ୍ଜାରେ ମା ଦର୍ଶନ ଦେଉଛନ୍ତି ଭକ୍ତଙ୍କୁ । ସେହିଭଳି ଚାନ୍ଦବାଲି ବ୍ଳକରେ ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ମାଆ ଦଶଭୁଜା । ସେଥି ମଧ୍ୟରୁ କଇଥ ଖୋଲାରେ ତାଳପତ୍ରରେ ନିର୍ମିତ ମାଆଙ୍କ ମୂର୍ତ୍ତି ଦେଖିବାକୁ ଜମୁଛି ଭିଡ । ପଶ୍ଚିମ ବଙ୍ଗର କାରିଗର ମାନେ ତିଆରି କରିଥିବା ଏହି ମୂର୍ତ୍ତିଟି ବେଶ ଆକର୍ଷଣୀୟ । କୌଣସି କୃତ୍ରିମ ଜିନିଷ ବ୍ୟବହାର ନ କରି ସମ୍ପୂର୍ଣ୍ଣ ପ୍ରାକୃତିକ ଉପାୟରେ ତିଆରି ହୋଇଥିବା କହିଛନ୍ତି ପୂଜା କମିଟି ସଦସ୍ୟ । ତାଳପତ୍ରରେ ନିର୍ମିତ ପ୍ରତିମୂର୍ତ୍ତିରେ ପୂଜା ପାଉଛନ୍ତି ମା ଏହି ମୂର୍ତ୍ତିକୁ ଦେଖିବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।

ସେହିଭଳି ସମସ୍ତ ଶ୍ରଦ୍ଧାଳୁ ମାଆଙ୍କ ନିକଟରେ ଧୂପ ଦ୍ୱୀପ ,ଭୋଗ ଲଗାଇ ଆଶିଷ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି ,ସେହିପରି ଭାବରେ ଦୋସିଙ୍ଗା ପୂଜା ମଣ୍ଡପ ରେ ମଧ୍ୟ ସମ୍ପୂର୍ଣ୍ଣ ନିଆରା ଭାବେ ପୂଜା ପାଉଛନ୍ତି ମା ଦଶଭୁଜା ।

Leave a Reply

Your email address will not be published. Required fields are marked *