ବରଗଡର ପଦ୍ମପୁରରେ ବୁଲୁଛି ହାତୀ,ଭୟରେ ଗ୍ରାମବାସୀ

ପୁଣି ହାତି ଆତଙ୍କ । ଗାଁ ମୁହାଁ ହେବାରେ ଲାଗିଛନ୍ତି ହାତୀ । ଫଳରେ ଗ୍ରାମବାସୀ ଭୟବିତ ଅବସ୍ଥାରେ ରହୁଛନ୍ତି । କାରଣ ହାତୀ ଗାଁ ମୁହାଁ ହେବା ଫଳରେ ଅନେକ ଧନ ଜୀବନ ନଷ୍ଟ ହେଉଛି । ସେମିତି କିଛି ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ପଦ୍ମପୁର ଅଞ୍ଚଳରେ । ପଦ୍ମପୁର ରେଞ୍ଜ ସତିଭଟା , ସାଲେଗେଡି,ଦର୍ବେକେଲା ଅଞ୍ଚଳରେ ଆଜି ସକାଳୁ ଏକ ଦନ୍ତା ହାତୀ ବୁଲୁଥିବା ଦେଖିବାକୁ ମିଳିଛି । ଫଲରେ ଲୋକଙ୍କ ମନରେ ଭୟରବାତାବରଣ ଖେଳିଯାଇଛି । ଦନ୍ତା ହାତୀ ଟି ଜଗଦଳପୁର ପଟରୁ ପଦ୍ମପୁର ଆଡକୁ ଆସିଛି । ତେବେ ହାତୀକୁ ଘଉଡାଇବା ପାଇଁ ବନବିଭାଗ ଆପ୍ରାଣ ଉଦ୍ୟମ ଚଲାଇବା ସହ ଲୋକଙ୍କୁ ସତର୍କତା କରାଉଛନ୍ତି ।

Leave a Reply

Your email address will not be published. Required fields are marked *