ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଡିମିରିଆ ପଞ୍ଚାୟତର ଏନ୍. ବରପଲ୍ଲୀ ଗ୍ରାମରେ ଅଭାବନୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମର ଜଣେ ଯୁବକଙ୍କୁ ସାପ କାମୁଡିବାରୁ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ସାରା ରାଜ୍ୟରେ ଏହି ସରିସୃପକୁ ନେଇ ସୃଷ୍ଟି ହୋଇଛି ଆତଙ୍କ। ସୂଚନା ମୁତାବକ, ବରପଲ୍ଲୀ ଗ୍ରାମର ପୁନିଆ ପ୍ରଧାନଙ୍କ ପୁଅ ସନିଆ ପ୍ରଧାନ ବିଲରେ ତଳି ରୋଇବା ସମୟରେ ଏକ ବିଷଧର ସାପ ତାଙ୍କୁ କାମୁଡି ଦେଇଥିଲା। ସାପ କାମୁଡିବା ପରେ ସନିଆଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା ।
ଗ୍ରାମବାସୀ ତୁରନ୍ତ ତାଙ୍କୁ ଖଲ୍ଲିକୋଟ ଡାକ୍ତରଖାନାକୁ ନେଇଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସ୍ଥାନୀୟ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ସେପଟେ ବର୍ଷା ପରେ ରାଜ୍ୟରେ ବଢିଚାଲିଛି ସାପ କାମୁଡା ଘଟଣା। ଦୈନିକ ଏକାଧିକ ସାପକାମୁଡା ଘଟଣା ସାମ୍ନାକୁ ଆସୁଛି। ଏହାକୁ ନେଇ ଲୋକେ ଭୟଭୀତ ହୋଇପଡିଛନ୍ତି।