ଫର୍ଚ୍ୟୁନ୍‌ ଇଣ୍ଡିଆ ମାଗାଜିନ୍‌ରେ ୪ ଓଡିଆ ଉଦ୍ୟୋଗୀ

ଓଡିଆ ଯୁବକଙ୍କ ସଫଳତା। ସମ୍ମାନଜନକ ଫରଚ୍ୟୁନ୍‌ ଇଣ୍ଡିଆ ମାଗାଜିନ୍‌ରେ ନିଜ ନାମ ସାମିଲ କରି ରାଜ୍ୟର କୋଟି କୋଟି ଯୁବକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଓଡିଶାର ୪ ଉଦ୍ୟୋଗୀ । ମାଗାଜିନର ‘୪୦ ଅଣ୍ଡର ୪୦’ ସେଗ୍‌ମେଣ୍ଟରେ  ଅଲିଭ ରିଡ୍‌ଲେ ମିଡିଆର ଫାଉଣ୍ଡର ସମର ପ୍ରତାପ ନାୟକ ସାମିଲ ହୋଇଛନ୍ତି, ଯିଏ ହେଉଛନ୍ତି ସର୍ବ କନିଷ୍ଠ ଉଦ୍ୟୋଗୀ।

IIM ଅହମ୍ମଦାବାଦରେ ମ୍ୟାନେଜମେଣ୍ଟ ପାଠ ପଢ଼ିଛନ୍ତି ସମର। ପାଠ ପଢ଼ା ସରିବା ପରେ ଚାକିରି ପଛରେ ନ ଧାଇଁ ବେଙ୍ଗାଲୁରରେ ବ୍ୟବସାୟ ଆରମ୍ଭ କରିଥିଲେ ସମର। ରାଜ୍ୟରେ କୁଶଳୀ ଶ୍ରମିକ ଓ ସୁଯୋଗର ଅଭାବ ଥିବା ଜାଣି ମଧ୍ୟ କିଛି ଦିନ ପରେ ଓଡ଼ିଶା ଫେରିଥିଲେ। ସମରଙ୍କ କହିବାନୁଯାୟୀ, ଉଦ୍ୟୋଗପତିମାନଙ୍କୁ ସବୁବେଳେ ଦୁଇଟି ବଡ଼ ସୁଯୋଗ ମିଳିଥାଏ। ଗୋଟିଏ ହେଲା କିଛି ସମସ୍ୟା ଆସିଲେ ଏହାକୁ ନିଜ ଢ଼ଙ୍ଗରେ ସମାଧନ କରିବା। ଆଉ ସମସ୍ୟାର ସମାଧାନ ହୋଇସାରିବା ପରେ ଏହାର ସ୍ୱାଦ ଚାଖିବା।

ସମରଙ୍କ ବ୍ୟତୀତ ଫାଲକନ ରିୟଲ ଇଷ୍ଟେଟର ଡାଇରେକ୍ଟର ପାର୍ଥଜିତ ପଟ୍ଟନାୟକ ଓ ଅଶ୍ୱିନୀ ଗ୍ରୁପ୍‌ ଅଫ୍‌ ହସ୍ପିଟାଲର ଜୟ ଦାଶ ଓ ସୁମା ଦାଶ ବି ଏହି ସମ୍ମାନଜନକ ପତ୍ରିକାରେ ସ୍ଥାନ ପାଇଛନ୍ତି। ପାର୍ଥଜିତ ୨୦୦୮ ମସିହାରେ ଲଣ୍ଡନରୁ ଏମବିଏ କରି ଓଡ଼ିଶା ଫେରିଥିଲେ। ଏହାପରେ ସେ ଫାଲକନ ରିୟଲ ଇଷ୍ଟେଟର ଡାଇରେକ୍ଟର ପଦବୀ ସମ୍ଭାଳିଥିବା ବେଳେ ଖୁବ୍‌ ଶୀଘ୍ର ସଫଳ ହୋଇଥିଲେ। ପାର୍ଥଜିତଙ୍କ ନେତୃତ୍ୱରେ ଫାଲକନ ଦିନକୁ ଦିନ ସଫଳତାର ଶିଡି ଚଢ଼ି ଚାଲିଛି।

ଆମେରିକାରରେ ରହୁଥିବା ଜୟ ଦାଶ ଓ ସୁମା ଦାଶ କୋଭିଡ ସମୟରେ ରାଜ୍ୟକୁ ଫେରି କିଛି କରିବାକୁ ନିଷ୍ପତ୍ତି ନେଇଥିଲେ। ନିଜ ରାଜ୍ୟକୁ ଫେରି ସେ ରାଜଧାନୀରେ ନୂଆ ଢାଞ୍ଚାର ପ୍ରଥମ ୱେଲନେସ୍ ଫାର୍ମାସୀ ଷ୍ଟୋର ଖୋଲିଲେ। ଯେଉଁଥିରେ ଗୋଟିଏ ଛାତ ତଳେ ବହୁ ହେଲଥ୍‌ ଫାସିଲିଟି ସହ 24×7 ଫର୍ମାଟରେ ହୋମ ଡେଲିଭରି ସେବା ବି ଆରମ୍ଭ ହେଲା। ବର୍ଷକ ଭିତରେ ସେମାନଙ୍କ କାର୍ଯ୍ୟକୁ ରାଜଧାନୀବାସୀଙ୍କ ଦ୍ୱାରା ଆଦୃତ ହୋଇପାରିଛି।

Leave a Reply

Your email address will not be published. Required fields are marked *