Month: January 2024

  • ବିଞ୍ଝାରପୁର ବ୍ଲକରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

    ବିଞ୍ଝାରପୁର ବ୍ଲକରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

    ସମଗ୍ର ରାଜ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ସଡ଼କ ସୁରକ୍ଷା ପାଇଁ ପାଳିତ ହେଉଛି ସଡ଼କ ସୁରକ୍ଷା ସପ୍ତାହ । ଆଜି ବିଂଝାରପୁର ବ୍ଲକରେ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ନିଆରା ଢଙ୍ଗରେ ଏହାକୁ ପାଳିତ କରାଯାଇଛି । ଯମରାଜ ବେଶରେ ଆସିଥିବା ବ୍ୟକ୍ତି ଗାଡିଚାଳକ ମାନଙ୍କୁ ସଡ଼କ ସୁରକ୍ଷା ମାନି ଗାଡି ଚଳାଇବାକୁ ସଚେତନ କରିବା ସହ ଅମାନୀଆ ଗାଡି ଚାଳକ ମାନଙ୍କୁ ତାଗିଦ୍ କରୁଥିବା ଦେଖିବାକୁ ମିଳିଥିଲା । ଏକ ଶୋଭାଯାତ୍ରା ମାଧ୍ୟ୍ୟମରେ ସ୍ଥାନୀୟ ଜନସାଧାରଣ ମାନଙ୍କୁ ଟ୍ରାଫିକ ନିୟମ ମାନି ଗାଡି ଚଳାଇବାକୁ ସଚେତନ କରାଯାଇଥିଲା।

    ଏହି ଶୋଭାଯାତ୍ରାଟି ବିଂଝାରପୁର ଥାନା ଠାରୁ ବାହାରି ସମ୍ପୂର୍ଣ ବିଞ୍ଝାରପୁରର ବଜାର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାରେ ବହୁ ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କ ସମେତ ପରିବହନ ବିଭାଗର ଅଧିକାରୀ ଏବଂ ବିଞ୍ଝାରପୁର ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପଟେ ନିୟମିତ ଭାବେ ଟ୍ରାଫିକ ଚେକିଂ କରି ଜନ ଜୀବନ ବଞ୍ଚାଇବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।

  • ସୈନିକ ସ୍କୁଲ ପାଖରେ ଭାରସାମ୍ୟ ହରାଇ ଓଲଟିଲା BMCର ଅଳିଆ ବୋଝେଇ ସଫେଇ ଗାଡି

    ସୈନିକ ସ୍କୁଲ ପାଖରେ ଭାରସାମ୍ୟ ହରାଇ ଓଲଟିଲା BMCର ଅଳିଆ ବୋଝେଇ ସଫେଇ ଗାଡି

    bmc, bmcvehicle, bhubaneswar

    ପୁଣି BMC ର ମନମାନି । ଅଳିଆ ବୋଝେଇ ସଫେଇ ଗାଡି ସୈନିକ ସ୍କୁଲ ପାଖରେ ଭାରସାମ୍ୟ ହରାଇ ଓଲଟି ପଡିବା ସମୟରେ ଜଣେ ବ୍ୟକ୍ତି ଅଳ୍ପକେ ଵର୍ତ୍ତି ଯାଇଥିବା ବେଳେ ଅନ୍ୟ କେତେଜଣ ସାମାନ୍ୟ ଆହତ ହୋଇଥିବା କୁହାଯାଉଛି ।

    ଗାଡିଟି ରାସ୍ତା ମଝିରେ ଓଲଟି ଯାଇଥିବାରୁ ଯାତାୟତ କରୁଥିବା ଲୋକମାନେ କିଛି ସମୟପାଈଁ ଅଟକି ଯାଇଥିଲେ । ଲୋକଙ୍କ ଗହଳି ଦେଖି ଗାଡିଟିକୁ ଚଲାଉଥିବା ଡ୍ରାଇଭର ଘଟଣାସ୍ଥଳରୁ ଖସି ପଳାଇଥିଲା ।

    bmc vehicle, sainik school, bhubaneswar

    ଡ୍ରାଇଭର ନିଶା ଗ୍ରସ୍ତହୋଇ ଗାଡିଟିକୁ ଚଳାଉଥିବାରୁ ଏଭଳି ଘଟଣା ଘଟିଛି ବୋଲି କୁହାଯାଉଛି । ଅଳିଆ ଗଦା ପାଖରେ ଥିବାରୁ ସେଠାରୁ ଜେସିବି ଆଣି ଗାଡିଟିକୁ ଉଠା ଯାଇଥିଲା ଓ ପରେ ଅନ୍ୟ ଏକ ଡ୍ରାଇଭର ଆସି ଗାଡିଟିକୁ ନେବା ସହିତ ରାସ୍ତାରେ ପଡିଥିବା ଅଳିଆକୁ ଉଠାଇନେଇଥିଲା ।

  • ବାଲେଶ୍ୱରରେ ଭାଲୁ ଆକ୍ରମଣ ୫ ଆହତ, ଜଣେ ଗୁରୁତର

    ବାଲେଶ୍ୱରରେ ଭାଲୁ ଆକ୍ରମଣ ୫ ଆହତ, ଜଣେ ଗୁରୁତର

    ବାଲେଶ୍ୱର ନୀଳଗିରି ଅଞ୍ଚଳରେ ଭାଲୁ ଆତଙ୍କ । ଟଣକା ଗାଁରେ ଦାନ୍ତକାଠି ଆଣିବାକୁ ବାଡ଼ି ପଟକୁ ଯାଇଥିବା ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ସୁଚନା । ସୂଚନା ଅନୁଯାୟୀ ନୀଳଗିରି ଉପଖଣ୍ଡ ଅଧିନ ବାଉଁଶ ବଣିଆ ପଞ୍ଚାୟତ ଟଣକା ଗାଁ ର ଲକ୍ଷ୍ମୀଧର ନାୟକଙ୍କୁ ଭାଲୁ ଆକ୍ରମଣ କରିଛି ।

    ଲକ୍ଷ୍ମୀକାନ୍ତ ସକାଳେ ଦାନ୍ତକାଠି ଆଣିବାକୁ ବାଡି ପଛକୁ ଯାଇଥିବା ସମୟରେ ଏକ ଭାଲୁ ଅତର୍କିତ ଆକ୍ରମଣ କରିଥିଲା ପରେ ଲକ୍ଷ୍ମୀଧର ପାଳଗୋଦା ଉପରକୁ ଚଢ଼ି ନିଜର ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ । ହେଲେ ଭାଲୁଟି ଗାଁ ରେ ପଶି ଅନ୍ୟ ଲୋକଙ୍କୁ ଗଡ଼ାଇ ଗଡ଼ାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତେବେ ଭାଲୁ ଆକ୍ରମଣରେ ପାଖାପାଖି ୪ ରୁ ୫ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ନୀଳଗିରି ଡାକ୍ତରଖାନାରେ ଚିକତ୍ସିତ ହେଉଛନ୍ତି। ତେବେ ଖାଦ୍ୟ ଅନେଶ୍ଵଣରେ ଭାଲୁ ଟି ପାଖ ଜଙ୍ଗଲ ରୁ ଆସିଥିବା ଜଣାପଡ଼ିଛି।

  • ଶିଆଳ କାମୁଡ଼ାରେ ୬ ଗୁରୁତର

    ଶିଆଳ କାମୁଡ଼ାରେ ୬ ଗୁରୁତର

    ଶିଆଳ କାମୁଡାରେ ୬ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଶ୍ୟାମସୁନ୍ଦର ପଞ୍ଚାୟତ ତଳଦୁମୁକା ଗାଁରେ ପାଗଳ ଶିଆଳ ଆତଙ୍କରେ ଆତଙ୍କିତ ସ୍ଥାନୀୟ ବାସିନ୍ଦା । ଏକ ପାଗଳ ଶିଆଳ ତଳଦୁମୁକା ଗାଁରେ ଅନେକ ଲୋକଙ୍କୁ କାମୁଡିବା ସହ ଲହୁଲୁହାଣ କଲାଣି । କେତେବେଳେ ବିଲରେ ତ କେତେବେଳେ ଗାଁ ରାସ୍ତାରେ ଆଉ କେତେବେଳେ ଗାଁ ଭିତରେ ପଶି ଲୋକଙ୍କୁ ଆକ୍ରମଣ କରୁଛି ।

    ସେହିପରି ଆଜି ସକାଳୁ ଶିଆଳ କାମୁଡାରେ ୬ଜଣ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩ ଜଣ ପୁରୁଷ, ୨ ଜଣ ମହିଳା ଓ ଜଣେ ନାବାଳିକା ଥିବା ସୂଚନା ମିଳିଛି । ଏହା ଵ୍ୟତୀତ ଗାଁ ଲୋକେ ମଧ୍ୟ ଏହି ପାଗଳ ଶିଆଳର ଶିକାର ହୋଇଛନ୍ତି । ଖବର ପାଇ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ରୋଗୀଙ୍କ ସ୍ଵାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି ।

  • ପୋଡିଗଲା ସୁନାର ଫସଲ, ସରକାରୀ ସାହାଯ୍ୟ ଅପେକ୍ଷାରେ  ୩ ଚାଷୀ ପରିବାର

    ପୋଡିଗଲା ସୁନାର ଫସଲ, ସରକାରୀ ସାହାଯ୍ୟ ଅପେକ୍ଷାରେ ୩ ଚାଷୀ ପରିବାର

    ଭଦ୍ରକ ବାସୁଦେବ ପୁର ବ୍ଲକ ଅନ୍ତର୍ଗତ ରାଜଘର ପୋଖରୀ ଗ୍ରାମ ପଂଚାୟତରେ ଭୟଙ୍କର ଅଗ୍ନିକାଣ୍ଡ। ନିଆଁରେ ତିନି ପରିବାରର ବର୍ଷକର କଷ୍ଟଲବ୍ଧ ଧାନ ପୋଡି ନଷ୍ଟ ହୋଇଯାଇଥିବା ବେଳେ ନିଆଁ ଲାଗିବାର କାରଣ ଏବେ ବି ଅସ୍ପଷ୍ଟ ରହିଛି। ସୂଚନା ମୁତାବକ, ରାଜଘର ପୋଖରୀ ପଞ୍ଚାୟତ ପାଟଣା ସାହିର ୱାର୍ଡ ନମ୍ବର ୬ରେ ଥିବା ଏକ ଧାନ ଖଳାରେ କୌଣିସି କାରଣରୁ ନିଆଁ ଲାଗିଯାଇଥିଲା। ନିଆଁ ସଙ୍ଗେ ସଙ୍ଗେ ୩ଟି ଗଦାକୁ ମାଡି ଯାଇଥିଲା। ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ସହ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲା ସତ ହେଲେ ଏହି ନିଆଁରେ ଜଳିପୋଡି ପାଉଁଶ ହୋଇଗଲା ପାଖାପାଖି ସାଡେ ପାଞ୍ଚ ଏକର ଜମିର ଧାନ । ଆଉ ଦିନ କେଇଟା ଭିତରେ ଅମଳ ହୋଇଥାନ୍ତା ବସ୍ତା ବସ୍ତା ଧାନ, ଆଉ ପୂର୍ଣ୍ଣ ହୋଇଥାନ୍ତା ଚାଷୀର ଭଣ୍ଡାର ଘର। ହେଲେ ସବୁ କିଛି ବିଗିଡି ଗଲା।ତେବେ ନି କ୍ଷତିଗ୍ରସ୍ତ ଚାଷୀମାନଙ୍କ ଭିତରେ ଅଛନ୍ତି ରତିକାନ୍ତ ମହାନ୍ତି,ତ୍ରିଲୋଚନ ମହାନ୍ତି , ବସନ୍ତ କୁମାର ମହାନ୍ତି । ଏବେ କେବଳ ମୁଣ୍ଡରେ ହାତ ଦେଇ, ଭାଗ୍ୟକୁ ଦୋଷ ଦେବା ବ୍ୟତୀତ ଚାଷୀ ପାଖରେ ଅନ୍ୟ କିଛି ଉପାୟ ନାହିଁ। ୩ ପରିବାର ଏହି ଧାନରୁ ବର୍ଷକର ଆହାର ଜୋଗାଡିବା ସହ ସେମାନଙ୍କ ବର୍ଷକର ଯାନି ଯାତ୍ରା ଓ ଯାବତୀୟ ଖର୍ଚ୍ଚ ତୁଲାଇ ଥାନ୍ତେ। ଏବେ ସେମାନେ କଣ କରିବେ, କେମିତି ପରିବାର ମୁହଁରେ ଦାନା ଦେବେ ତାକୁ ନେଇ ଚିନ୍ତାରେ। ସରକାରୀ ସାହାଯ୍ୟ ସମୁଦ୍ରକୁ ସଙ୍ଖେ ହୋଇଥିବା ବେଳେ ଏହି ସାହାଯ୍ୟ ତୁରନ୍ତ ଯୋଗାଇ ଦେଲେ ଚାଷୀଙ୍କ ଦୁଃଖ କିଛି ପରିମାଣରେ ଲାଘବ ହୁଅନ୍ତା ବୋଲି ସର୍ବ ସାଧାରଣରେ ଚର୍ଚ୍ଚା ହେଉଛି।

  • କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର BSITରେ ନବବର୍ଷ ପାଳନ

    କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର BSITରେ ନବବର୍ଷ ପାଳନ

    ଚାନ୍ଦବାଲି ବ୍ଲକ ମତୋ ଠାରେ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ରେ ୯ବମ ବର୍ଷ ପୂର୍ତ୍ତି ଅବସରରେ ନବବର୍ଷ ପାଳନ କରାଯାଇଛି । ମତୋ ବଜାରରେ ଏକ ବ୍ରେନ ସଫ୍ଟ ଅଇଟି (ବି.ଏସ.ଆଇଟି) ୨୦୧୫ ମସିହାରୁ ସ୍ଥାନୀୟ ଅଞ୍ଚଳରେ ଗରିବ ପିଲାମାନଙ୍କ ପାଇଁ ସ୍ବଳ୍ପଅର୍ଥ ରେ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରିଆସୁଛନ୍ତି ।

    ଏପରି କମ୍ପ୍ୟୁଟର ଶିକ୍ଷାଦାନକୁ ଅଞ୍ଚଳବାସି ପ୍ରଶଂସା କରିଛନ୍ତି । ଉକ୍ତ ଶିକ୍ଷା କେନ୍ଦ୍ରରେ ସମସ୍ତ ବର୍ଗର ପିଲା କମ୍ପ୍ୟୁଟର ଶିକ୍ଷାଲାଭ କରୁଛନ୍ତି । ଏହି ଶିକ୍ଷା କେନ୍ଦ୍ରରେ PGDCA, A-PGDCA, DCA, TALLI, DTP ଆଦି ବିଭାଗରେ ପିଲାମାନଙ୍କୁ ଶିକ୍ଷାପ୍ରଦାନ କରାଯାଉଥିବାର ସତ୍ୟରଞ୍ଜନ ସାହୁ କହିଛନ୍ତି ।

    ଚଳିତ ବର୍ଷ ଶିକ୍ଷା ଲାଭ କରୁଥିବା ପିଲା ଓ ନୂତନ ନାମ ଲେଖାଇଥିବା ପିଲାମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଏକ ଲାପଟପ ବ୍ୟାଗ ଦିଆଯାଇଛି ବୋଲି ଛାତ୍ର ଛାତ୍ରୀ କହିଛନ୍ତି । ଗରିବ ପିଲାମାନଙ୍କୁ କମ୍ପ୍ୟୁଟର ଶିକ୍ଷା ଦାନ କରି ଅନୁଷ୍ଠାନ ଗର୍ବିତ ଅନୁଭବ କରୁଛି ବୋଲି କହିଛନ୍ତି ଅନୁଷ୍ଠାନର ଚେୟାରମେନ ।

  • ଚାନ୍ଦବାଲିରେ ପରିବହନ ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ

    ଚାନ୍ଦବାଲିରେ ପରିବହନ ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ

    ଦେବକାନ୍ତ ମହାନ୍ତି, ଚାନ୍ଦବାଲି: ଓଡ଼ିଶା ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ସାରା ରାଜ୍ୟ ରେ ଆରମ୍ଭ କରାଯାଇଛି ସଡ଼କ ସୁରକ୍ଷା ସପ୍ତାହ । ଏଥିନେଇ ଆଜି ଚାନ୍ଦବାଲିରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ଓ ଚାନ୍ଦବାଲି ପୋଲିସ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଶିବଦୁର୍ଗା ଉଚ୍ଚ ବିଦ୍ୟାଳୟ ପରିସରରୁ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ସଚେତନତା ରାଲି ସହ ପରିବହନ ରଥରକୁ ସୁଭାରମ୍ଭ କରିଥିଲେ ଜିଲ୍ଲା ସହ ପରିବହନ ଅଧିକାରୀ ବାମଦେବ ସାହୁ, ଏଏସଆଇ ଶ୍ୟାମସୁନ୍ଦର ନାୟକ ଏବଂ ଚାନ୍ଦବାଲି ଥାନା ଏସ ଆଇ ଅନୁରାଗ ମହାନ୍ତି ଏଏସଆଇ ନରେନ୍ଦ୍ର ରାଉତଙ୍କ ସହ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ସଡ଼କ ସୁରକ୍ଷା ସଚେତନତା କରିଥିଲେ ।

    ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ‘ସଡକ ସୁରକ୍ଷା, ଜୀବନ ରକ୍ଷା’ ସ୍ଲୋଗାନ ଦେଇଥିଲେ ଛାତ୍ର-ଛାତ୍ରୀ ।

  • ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ମାମଲା: ସିବିଆଇ ତଦନ୍ତ ସମ୍ପର୍କରେ ସରକାରଙ୍କ ଠାରୁ ଜବାବ ତଲବ କଲେ ହାଇକୋର୍ଟ

    ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ମାମଲା: ସିବିଆଇ ତଦନ୍ତ ସମ୍ପର୍କରେ ସରକାରଙ୍କ ଠାରୁ ଜବାବ ତଲବ କଲେ ହାଇକୋର୍ଟ

    କନ୍ଧମାଳ ଜିଲ୍ଲା ଜଳେଶପଟ୍ଟା ଆଶ୍ରମ ପ୍ରତିଷ୍ଠାତା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାର ୧୫ ବର୍ଷ ପରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କାହିଁକି ସିବିଆଇ ତଦନ୍ତ ହେବ ନାହିଁ ପଚାରିଛନ୍ତି । ଏହାକୁ ନେଇ ଆରମ୍ଭ ହୋଇଛି ବୟାନବାଜି। କୋର୍ଟ ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିବା ଯଥାର୍ଥ । ଯଦି ସତ୍ ସାହସ ଅଛି, ତେବେ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଆଗ୍ରହପ୍ରକାଶ କରନ୍ତୁ ବୋଲି କହିଛି ବିଜେପି। ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ଧର୍ମ ଏବଂ ଜନଜାତିଙ୍କ ସୁରକ୍ଷା ପାଇଁ କାମ କରୁଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଭଳି ସନ୍ଥଙ୍କୁ ଜଘନ୍ୟ ଭାବେ ହତ୍ୟା କରାଗଲା । ଆଉ ଘଟଣାକୁ ଚପେଇ ଦେବା ପାଇଁ ୧୫ ବର୍ଷ ହେଲା କୌଣସି ପ୍ରଶ୍ନର ଉତ୍ତର ଦେଉନାହାନ୍ତି ରାଜ୍ୟ ସରକାର । କାହିଁକି ହତ୍ୟା କରାଗଲା, କିଏ ହତ୍ୟା କଲା ତାହା ଉପରେ ମଧ୍ୟ ଆଜି ଯାଏଁ ସରକାର ଚୁପ। ଏହାର ଅର୍ଥ ହେଉଛି, ହତ୍ୟାକାଣ୍ଡରେ ରାଜ୍ୟ ସରକାରଙ୍କ ସଂପୃକ୍ତି ଅଛି ବୋଲି କହିଛି ବିଜେପି। ହେଲେ କଂଗ୍ରେସ ଏହି ଘଟଣାରେ ଉଭୟ କେନ୍ଦ୍ର ଓ ରାଜ୍ୟସରକାରକୁ କଟାକ୍ଷ କରିଛି। ଦୁଇ ଦଳ ନ୍ୟାୟପାଳିକାକୁ ବେଖାତିର କରିଚାଲିଛନ୍ତି। ରାଜ୍ୟରେ ଜଗନ୍ନାଥ ଜମି ବିବାଦରେ କୋର୍ଟଙ୍କ ନିର୍ଦ୍ଦେଶକୁ ଫୁ କରିଦେଲେ। ଯେତେ କମିଶନ ରିପୋର୍ଟ ଦେଇଛନ୍ତି ସେଥିରେ କଣ ଫଳାଫଳ ବୋଲି କଂଗ୍ରେସ ପ୍ରଶ୍ନ କରିଛି।

    ସେପଟେ ବିଜେଡି କହୁଛି କୋର୍ଟ ନିଷ୍ପତ୍ତି କୁ ମାନିବା ଅମର ଧର୍ମ। କୋର୍ଟ ସବୁବେଳେ ନିରପେକ୍ଷ। ତେଣୁ କୋର୍ଟଙ୍କ ନିର୍ଦ୍ଦେଶ ମାନିବାକୁ ଆମେ ବାଧ୍ୟ ବୋଲି କହିଛି ବିଜେଡି।

    ତେବେ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟା ଘଟଣାର ତଦନ୍ତ ସିବିଆଇ ଦ୍ବାରା କରାଇବାକୁ ପ୍ରଥମରୁ ଦାବି ହେଉଥିବା ବେଳେ କିନ୍ତୁ ରାଜ୍ୟସରକାର ଏହାକୁ ଆଡେଇ ଚାଲିଛନ୍ତି। ସିବିଆଇ ତଦନ୍ତ ବଦଳରେ କ୍ରାଇମ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ହେଲେ ୧୫ ବର୍ଷ ପରେ ମଧ୍ୟ କୌଣସି ସ୍ପଷ୍ଟତା ଆସୁନି ଘଟଣାରେ। ତେଣୁ ସିବିଆଇ ଦ୍ବାରା ତଦନ୍ତ କରାଇବାକୁ ଏକ ଯାଚିକାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ମାର୍ଚ୍ଚ ୫ ସୁଦ୍ଧା ସିବିଆଇ ତଦନ୍ତ ନ କରାଇବା ଉପରେ ଜବାବ ତଲବ କରିଛନ୍ତି।

  • ବାଣପୁର କୋର୍ଟର ନୂତନ କଂପ୍ଲେକ୍ସ ପାଇଁ ଶିଳାନ୍ୟାସ

    ବାଣପୁର କୋର୍ଟର ନୂତନ କଂପ୍ଲେକ୍ସ ପାଇଁ ଶିଳାନ୍ୟାସ

    ()ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସ୍ଥିତ ବାଣପୁର ସିଭିଲ କୋର୍ଟର ନିଜସ୍ଵ ଗୃହ ନିର୍ମାଣ ପାଇଁ ଶିଳାନ୍ୟାସ ତଥା ଭୂମିପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ଼. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଏବଂ ଅନ୍ୟତମ ବିଚାରପତି ଦେବବ୍ରତ ଦାଶ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଶିଳାନ୍ୟାସ କରିଥିଲେ। ବାଣପୁର ବିଚାର ବିଭାଗୀୟ ଅଦାଲତର ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିଲା । ବାଣପୁର ଜେଏମଏଫସି ସ୍ନାତକୀ ଦାସ ଏବଂ ଚିଲିକା ଜେଏମଏଫସି ବିକାଶ ଗୋଏଲ, ଖୋର୍ଦ୍ଧା ଜିଲ୍ଲାଜଜ ନିଶିଥ ନିଶାଙ୍କ ଯୋଗ ଦେଇଥିଲେ । ହାଇକୋର୍ଟ ତଥା ଖୋର୍ଦ୍ଧା ଜିଲ୍ଲା ବିଚାର ବିଭାଗୀୟ ଅନ୍ୟାନ୍ୟ ଅଧିକାରୀଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଏସପି ସିଦ୍ଧାର୍ଥ କଟାରିଆଙ୍କ,ବାଣପୁର ତହସିଲଦାର ଟି.ପଦ୍ମନାଭ ଦୋରା,ବିଡ଼ିଓ ଶୀତଳ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ବାଣପୁର ଓକିଲ ସଂଘ ସଭାପତି ବୃନ୍ଦାବନ ପ୍ରଧାନ, ସମ୍ପାଦକ ସୁଧୀର ପ୍ରଧାନ ଓ ବାଣପୁର ଆଇନଜୀବି ଉପସ୍ଥିତ ଥିବାବେଳେ ଚିଲିକା ଓକିଲ ସଙ୍ଘର ସଭାପତି ଖଗେଶ୍ୱର ପାତ୍ର ଏବଂ ସମ୍ପାଦକ ଦେବାଶିଷ ରଥଙ୍କ ସମେତ ଚିଲିକା ଓକିଲ ସଙ୍ଘର ଅଇନିଜୀବି ମାନେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

  • ମହିମା ପିଠରେ ଧୂମଧାମରେ ପାଳିତ ହୋଇଯାଇଛି ହୋମଯଜ୍ଞ

    ମହିମା ପିଠରେ ଧୂମଧାମରେ ପାଳିତ ହୋଇଯାଇଛି ହୋମଯଜ୍ଞ

    ବରଗଡ ଜିଲ୍ଲା ବୁକୁରମୁଣ୍ଡା ମହିମା ପିଠରେ ଧୂମଧାମରେ ପାଳିତ ହୋଇଯାଇଛି ହୋମଯଜ୍ଞ । ମହିମାପୀଠର ବାବା ଗିରିଜା ଶଙ୍କର ଦାସଙ୍କ ସମେତ ଅଞ୍ଚଳ ବାସି ମିଶି ପ୍ରତି ବର୍ଷ ପ୍ରଥମ ଦିନରେ ହୋମଯଜ୍ଞ କରିଥାନ୍ତି । ତେବେ ତିନିଦିନ ଧରି ଏହି ମହିମା ଯାତ୍ରାକୁ ପ୍ରତିଦିନ ହଜାର ହଜାର ଦର୍ଶକ ମହିମା ହୋମରେ ଘିଅ ଅର୍ପଣ କରି ପୁଣ୍ୟ ଲାଭକରିବା ସହିତ ଯାତ୍ରା ଦେଖିବାର ମଜା ଉଠାଇଥାନ୍ତି । ଏବଂ ମିନା ବଜାର ସହ ଦୋକାନ ବଜାର ମଧ୍ୟ ସଜାଉଠାଇଛନ୍ତି ଲୋକେ ।ଅନ୍ୟପଟେ ଅଂଚଳର ଯୁବକ ମାନେ ଏକ ରକ୍ତ ଦାନ ଶିବିର କରି ଥିଲେ। ବରଗଡ ଥିବା ବିକାଶ ହସ୍ପିଟାଲର ଡ଼. ମୁରଲୀ କ୍ରିଷ୍ଣା ସଂକଳ୍ପ ପରିବାର ବରଗଡ଼ରୁ ଆସି ରକ୍ତ ଦାନ ଶିବିରରେ ସଜହଯୋଗ କରିଥିଲେ । ରଙ୍କ ମଣି ବାରିକଗତି କୃଷ୍ନ ଭୋଇ, ପରମାନନ୍ଦ ବାରିକ ଛବିଲ ବାରିକ ସହିତ ବୁକୁରା ମୁଣ୍ଡା ପାଲେସେନ ମହୁଲ ପାଲି, ଟେମରି, ସୁଧା, ଛେଲିଆ ମାଲ ସେମେତ ଅଂଚଳର ହଜାର ହଜାର ଲୋକ ସାମିଲ ହୋଇଥିଲେ । ତେବେ ଶିବିରରେ ସମୁଦାୟ୧୨୫ଜଣ ଯୁବକ ରକ୍ତ ଦାନକରିଥିଲେ । ଏବଂ ସମସ୍ତଙ୍କୁ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା ।