Month: May 2023

  • ପ୍ରକାଶ ପାଇଲା NMMS ରେଜଲ୍ଟ, କେତେ ଜଣ ମନୋନୀତ ?

    ପ୍ରକାଶ ପାଇଲା NMMS ରେଜଲ୍ଟ, କେତେ ଜଣ ମନୋନୀତ ?

    ଷ୍ଟେଟ୍ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (SCERT) ପକ୍ଷରୁ ଅସ୍ଥାୟୀ ନ୍ୟାସନାଲ୍ ମେନ୍ସ କମ୍ ମେରିଟ୍ ସ୍କଲାରସିପ୍ (NMMS) ଓଡ଼ିଶା ରେଜଲ୍ଟ ପ୍ରକାଶ ପାଇଛି । ପ୍ରାର୍ଥୀମାନେ ସରକାରୀ ୱେବସାଇଟରେ NMMS 2023ର ରେଜଲ୍ଟ ଜାଣିପାରିବେ । scertodisha.nic.inକୁ ଯାଇ ପରୀକ୍ଷାଫଳ ଦେଖପାରିବେ ଆଶାୟୀ ପ୍ରାର୍ଥୀ ।

    ଗତ ଫେବ୍ରୁଆରୀ ୨ ତାରିଖରେ ଓଡ଼ିଶା NMMS ପରୀକ୍ଷା ହୋଇଥିଲା । ଏବେ SCERT ଓଡ଼ିଶା NMMS ଫଳାଫଳ ସହ ପରିଷଦ ପକ୍ଷରୁ ଅସ୍ଥାୟୀ ଭାବେ ମନୋନୀତ ପ୍ରାର୍ଥୀଙ୍କ ତାଲିକା ମଧ୍ୟ ପ୍ରକାଶ କରାଯାଇଛି । ମେରିଟ୍ ତାଲିକା ଅନୁଯାୟୀ,NMMS ଓଡ଼ିଶା 2023 ପାଇଁ ମୋଟ 3 ହଜାର 310 ପ୍ରାର୍ଥୀ ସାମୟିକ ଭାବେ ଚୟନ ହୋଇଛନ୍ତି ।


    ୩୦ ଜିଲ୍ଲାରେ ମୋଟ ୩୩୧୪ ଛାତ୍ରବୃତ୍ତି ବଣ୍ଟାଯିବାକୁ ଲକ୍ଷ୍ୟ ରଖାଯାଇଛି । ଜିଲ୍ଲା ଅନୁଯାୟୀ ଏହାର ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ହୋଇଛି । ଅନୁସୂଚିତ ଜାତି(SC),ଅନୁସୂଚିତ ଜନଜାତି(ST), SEBC ଏବଂ ଶାରୀରିକ ଅକ୍ଷମ ବର୍ଗ ପ୍ରାର୍ଥୀଙ୍କୁ ଏହାର ଫାଇଦା ମିଳିପାରିବ । ଯେଉଁମାନେ ମନୋନୀତ ହୋଇଛନ୍ତି ସେମାନଙ୍କୁ ମାସିକ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପ୍ରାୟ ୪ ବର୍ଷ ଏହାର ଫାଇଦା ନେଇପାରିବେ ।

    ଛାତ୍ରବୃତ୍ତିର ନବୀକରଣ ପାଇଁ ମନୋନୀତ ଛାତ୍ରମାନଙ୍କୁ ଜାତୀୟ ସ୍କଲାରସିପ୍ ପୋର୍ଟାଲ NSP ଖୋଲିବାକୁ ପଡ଼ିବ । ପ୍ରତିବର୍ଷ ସଂପୃକ୍ତ ସ୍କୁଲରେ ସେମାନଙ୍କ ବାର୍ଷିକ ପ୍ରମାଣପତ୍ର ଦେବାକୁ ପଡ଼ିବ । ମାର୍କସିଟ୍ ମଧ୍ୟ ଦାଖଲ କରିବାକୁ ପଡ଼ିବ । ଏଥିରେ ଅବହେଳା କଲେ ସେମାନେ ଛାତ୍ରବୃତ୍ତି ପାଇବାରୁ ବଞ୍ଚିତ ହେବେ ।

  • IPL: ଆଜି ଡବଲ ମୁକାବିଲା, କିଏ ଜିତିବ ମ୍ୟାଚ୍ ?

    IPL: ଆଜି ଡବଲ ମୁକାବିଲା, କିଏ ଜିତିବ ମ୍ୟାଚ୍ ?

    ଫଟାଫଟ୍ କ୍ରିକେଟ୍ IPLରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ । ଅପରାହ୍ଣ ସାଢ଼େ ୩ଟାରେ ଲକ୍ଷ୍ନୌ ଓ ଚେନ୍ନାଇ ମଧ୍ୟରେ ମୁକାବିଲା ହେବ । ସେହିପରି ସନ୍ଧ୍ୟା ସାଢ଼େ ୭ଟାରେ ମୁହାଁମୁହିଁ ହେବେ ପଞ୍ଜାବ ଓ ମୁମ୍ବାଇ ।

    ଲକ୍ଷ୍ନୌ ସୁପର ଜିଆଣ୍ଚସ ୫ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛି । ଦଳର ବ୍ୟାଟିଂ ଲାଇନ୍ ଅପ୍ ଶକ୍ତିଶାଳୀ ରହିଛି । ମାତ୍ର ଅଧିକାଂଶ ମ୍ୟାଚରେ ମ୍ୟାଚ୍ ହାତଛଡ଼ା କରୁଛି ଟିମ୍ । ଗତ ମ୍ୟାଚରେ ବାଙ୍ଗାଲୋର ବିପକ୍ଷରେ ୧୨୭ ରନ୍ ଚେଜ୍ କରିବାରେ ଫେଲ୍ ମାରିଲା ଦଳ । କଥା ଏତିକିରେ ସରିନଥିଲା । ମ୍ୟାଚ୍ ପରେ ବାଙ୍ଗାଲୋର ଖେଳାଳି କୋହଲି ଏବଂ ଲକ୍ଷ୍ନୌ ମେଣ୍ଟର ଗମ୍ଭୀର ମୁହାଁମୁହିଁ ହୋଇଥିଲେ । ପରିସ୍ଥିତି ଟିକେ ବିଗିଡ଼ିବାରୁ ସେମାନଙ୍କୁ ଫାଇନ୍ ଦେବାକୁ ପଡ଼ିଥିଲା । ତେଣୁ ଦଳ ନିଜର ତ୍ରୁଟି ସୁଧାରି ଜିତିବାକୁ ପ୍ରୟାସ କରିବ ।

    ସେପଟେ, ଚେନ୍ନାଇ ମଧ୍ୟ ୫ଟିରେ ବିଜୟୀ ହୋଇଥିବା ବେଳେ ୪ଟି ମ୍ୟାଚରେ ହାରିଛି । ଧୋନିଙ୍କ ନେତୃତ୍ୱରେ ଏଥର ଭଲ ପ୍ରଦର୍ଶନ କରୁଛି ଚେନ୍ନାଇ । ବ୍ୟାଟିଂ ଓ ବୋଲିଂ ସବୁ ଡିପାର୍ଟମେଣ୍ଟରେ ଖେଳାଳିମାନେ ନିଜ ନିଜ ପରଫରମାନ୍ସ ଦେଉଛନ୍ତି । ଆଜି ଲକ୍ଷ୍ନୌ ବିପକ୍ଷରେ ମ୍ୟାଚ୍ ଜିତିବାକୁ ଜୋରଦାର ଉଦ୍ୟମ କରିବ ଧୋନି ବାହିନୀ ।

    ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଓ ପଞ୍ଜାବ । ମୁମ୍ବାଇ ୪ଟି ମ୍ୟାଚରେ ଜିତିଥିବା ବେଳେ ୪ଟିରେ ପରାସ୍ତ ହୋଇଛି । ଦଳ ଧୀରେ ଧୀରେ ଟ୍ରାକକୁ ଫେରୁଛି । ଅଧିନାୟକ ରୋହିତ ଶର୍ମା ଆଉଟ୍ ଅଫ୍ ଫର୍ମରେ ଥିବାବେଳେ ସୂର୍ଯ୍ୟକୁମାର, କ୍ୟାମରେନ୍ ଗ୍ରୀନ ଫୁଲ ଫର୍ମରେ ଅଛନ୍ତି । ବେଷ୍ଟ ଫିନିସର ଭାବେ ଟିମ୍ ଡେଭିଡ୍ ବିସ୍ଫୋରକ ବ୍ୟାଟିଂ ଜାରି ରଖିଛନ୍ତି । ତେବେ ବୋଲିଂକୁ ନେଇ ସାମାନ୍ୟ ଟେନସନରେ ଅଛି ଦଳ । ଏଥିରେ ସୁଧାର ଆଣିବାକୁ ପ୍ରୟାସ କରିବେ ବୋଲର । ଅନ୍ୟପଟେ, ଚଳିତଥର ପଞ୍ଜାବ ମଧ୍ୟ ଭଲ ପ୍ରଦର୍ଶନ କରୁଛି । ୫ଟି ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ୪ଟିରେ ପରାସ୍ତ ହୋଇଛି ପଞ୍ଜାବ । ୟଙ୍ଗଷ୍ଟରମାନଙ୍କୁ ନେଇ ମୈଦାନକୁ ଓହ୍ଲାଇବେ ଅଧିନାୟକ ଧୱନ । ଦମଦାର ପ୍ରଦର୍ଶନ ସହ ମୁମ୍ବାଇକୁ ଚକମା ଦେବା ପାଇଁ ସ୍ୱତନ୍ତ୍ର ରଣନୀତି କରିଛି ଟିମ୍ ।

  • Flash Stock Firmware on Samsung Galaxy A50 SM-A505G

    There is an unofficial Lineage 19 custom ROM for the Galaxy A50. It appears as though there was also a Lineage 18 for the Galaxy A50, and that one was based on Android 11. It can be a bit confusing because the developer hasn’t created a new page for the Lineage 19 variant and has instead copied and pasted the text for the Lineage 18.

    stock rom a50 binary 9

    He is always eager to try new Android devices — not only Software level but Hardware-level Also. Samsung Exclusively added some extra features compared with One UI 2.5.

    According to the developer, it doesn’t make any kernel changes. There are plenty of custom kernels for the Galaxy A50 if you are looking for that kind of thing though.

    • You can also download Samsung SM-A505F Flash Tool and USB download the stock firmware Driver.
    • The Update process might take some time to complete.
    • Are you looking for the Stock ROM of your device Samsung Galaxy A50 SM-S506DL?

    On this page, we have managed to share the Acer Stock ROM Firmware (Flash File) for all Acer smartphones and tablets. You can download the ROM from the developer’s thread here. You can not downgrade to the lower version if your phone has an Android 8 or higher version.

    It will also help you with IMEI Issues or Dead Issues. You may also repair your Iconia Tab 10 A3-A50 Android device using Stock ROM Firmware Flash File. Android Flashing is a method to removing stock firmware (Software) from android device (Phone or Tablet etc) and replace with same version or any other version. Simply, flashing means changing the operating system (Android OS or Phone OS). You can flash your device with Recovery mode or Flash tool. Here you can download the latest and original flash file for Acer Iconia Talk S

  • Software Mostbet para apuestas en línea

    La casa de apuestas de deportes electrónicos MostBet acepta monederos electrónicos, criptomonedas y los ingresos reales que transmite un banco para depósitos y distribuciones.A continuación se enumeran solo algunas de las posibilidades que existen. En los eventos deportivos, los apostadores pueden tener más de 85 tipos de apuestas a la venta en las ligas más importantes. (more…)

  • ‘ଦାନ୍ତେୱାଡା ଘଟଣା ପରେ ସୀମାନ୍ତବର୍ତ୍ତୀ ଜିଲ୍ଲାକୁ ହାଇ ଆଲର୍ଟ ଜାରି’

    ‘ଦାନ୍ତେୱାଡା ଘଟଣା ପରେ ସୀମାନ୍ତବର୍ତ୍ତୀ ଜିଲ୍ଲାକୁ ହାଇ ଆଲର୍ଟ ଜାରି’

    ଛତିଶଗଡ଼ର ଦାନ୍ତେୱାଡାରେ ଗତ ସପ୍ତାହରେ ହୋଇଥିବା ମାଓ ଆକ୍ରମଣ ପରେ ରାଜ୍ୟ ସରକାର ସମସ୍ତ ସୀମାନ୍ତକୁ ହାଇ ଆଲର୍ଟରେ ରଖିଛନ୍ତି। ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଜିଲ୍ଲାର ସୀମାନ୍ତ ଇଲାକାକୁ  ପୂର୍ବରୁ ହାଇ ଆଲର୍ଟ ଜାରି କରାଯାଇଥିବା ବେଳେ ଏବେ ବରଗଡ଼ ଓ କଳାହାଣ୍ଡିକୁ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଡିଜି (ଅପରେସନ) ଅମିତାଭ ଠାକୁର।

    ସେ ଆହୁରି କହିଛନ୍ତି କି, ଆମ ରାଜ୍ୟକୁ 90 ପ୍ରତିଶତ ମାଓବାଦୀ ଛତିଶଗଡରୁ ହିଁ ଆସିଥାନ୍ତି । ତେଣୁ ଛତିଶଗଡ ସୀମାନ୍ତ ଉପରେ ତୀକ୍ଷ୍ନ ନଜର ରହିଛି। ଦାନ୍ତେୱାଡା ଘଟଣା ପରେ ଛତିଶଗଡରୁ କିଭଳି ମାଓବାଦୀମାନେ ରାଜ୍ୟକୁ ନ ଆସିବେ ସେ ନେଇ ଛତିଶଗଡ ସୀମାନ୍ତବର୍ତ୍ତୀ ସମସ୍ତ ଜିଲ୍ଲାର ସଂଯୋଗ ପଥକୁ ସିଲ କରି ଦିଆଯାଇଛି । ଏଥିସହ ସୀମାନ୍ତ ଜିଲ୍ଲାର ଏସପିମାନଙ୍କ ସହ ନିୟମିତ ଭିଡିଓ କନ୍ଫେରେନ୍ସି ଜରିଆରେ ସ୍ଥିତିର ଅନୁଧ୍ୟାନ କରାଯାଉଛି ।

    ଠାକୁର ମାଓ ସଂଗଠନରେ ଥିବା ମହିଳା ମାଓବାଦୀଙ୍କ ଯୌନ ଶୋଷଣକୁ ନେଇ କହିଛନ୍ତି କି, ଯେତେବେଳେ ମହିଳା ମାଓବାଦୀ ଆତ୍ମ ସମର୍ପଣ କରୁଛନ୍ତି ସେମାନେ ମାଓ କ୍ୟାମ୍ପରେ ସେମାନଙ୍କ ସହ ହେଉଥିବା ଯୌନ ଶୋଷଣର କାହାଣୀ ପୋଲିସ ଆଗରେ କହୁଛନ୍ତି । ତେଣୁ ସମସ୍ତ ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଅପିଲ କରାଯାଉଛି ।

  • ପ୍ରବଳ ଖରାରେ କେନ୍ଦୁଝରରେ ଭଳିକି ଭଳି କୋଳି’ର ପସରା

    ପ୍ରବଳ ଖରାରେ କେନ୍ଦୁଝରରେ ଭଳିକି ଭଳି କୋଳି’ର ପସରା

    ଗ୍ରୀଷ୍ମପ୍ରବାହ ଚାଲିଥିବା ବେଳେ କେନ୍ଦୁଝର ଜିଲ୍ଲାରେ ଏବେ ବିଭିନ୍ନ ପ୍ରକାରର ଫୁଲଫଳର ମଜା ନେଉଛନ୍ତି ଲୋକେ । ବନ୍ୟଜାତ ଫଳ ସଂଗ୍ରହ କରିବାରେ ଲାଗିଛନ୍ତି ଜିଲ୍ଲାବାସୀ । ପ୍ରବଳ ଖରାରେ ସବୁଠି ଏବେ କେନ୍ଦୁ ଓ ଚାର କୋଳି ଦେଖିବାକୁ ମିଳିଛି । ଖରା ଦିନରେ ଜିଲ୍ଲାର ଅଧିକାଂଶ ସ୍ଥାନରେ କେନ୍ଦୁ ଓ ଚାର କୋଳିର ପସରା ମେଲିଛି । ଶାଳପତ୍ରରେ ଭାଗ ହିସାବରେ କେନ୍ଦୁ,ଚାର,ଅଁଳା,ହରିଡ଼ା ଓ ବାହାଡ଼ା ଭଳି ବିଭିନ୍ନ ପ୍ରକାରର ବନଜାତ ଫଳ ବିକ୍ରି କରୁଛନ୍ତି ଲୋକେ ।

    ରାସ୍ତାକଡ଼ ହେଉ ଅବା ମାର୍କେଟ ସବୁଠି ଏହି କୋଳିର ପସରା । ଅଧିକାଂଶ ଆଦିବାସୀ ଶ୍ରେଣୀୟ ଲୋକେ ଏହାକୁ ବିକ୍ରି କରି ଦି’ ପଇସା ରୋଜଗାର କରିଥାନ୍ତି । ଖରାଦିନରେ ଏସବୁ କୋଳି ଏବଂ ବନଜାତ ଦ୍ରବ୍ୟ ପ୍ରଚୁର ପରିମାଣରେ ମିଳିଥାଏ । ସେପଟେ, ଆୟୁର୍ବେଦ ବିଜ୍ଞାନ ସମ୍ମତିରେ ଏଭଳି କିଛି ଔଷଧୀୟ ଫଳ ଖାଇ ବିଭିନ୍ନ ରୋଗରୁ ଆଜି ବି ଉପଶମ ପାଉଛନ୍ତି ସାଧାରଣ ଜନଜାତି ପରିବାର । ବଣ ଜଙ୍ଗଲରେ ବିନା ସାର ତଥା କୀଟନାଶକରେ ଫଳୁଥିବା ଏହି ଫଳର ଚାହିଦା ବଢୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଆଉ ଲୋକମାନେ ଏବେ ଅର୍ଗାନିକ୍ ଜିନିଷକୁ ଆପଣେଇବାକୁ ଚାହୁଁଛନ୍ତି । …

  • ଗୁଜରାଟ ହାଇକୋର୍ଟରେ ରାହୁଲଙ୍କୁ ମିଳିଲାନି ଆଶ୍ୱସ୍ତି

    ଗୁଜରାଟ ହାଇକୋର୍ଟରେ ରାହୁଲଙ୍କୁ ମିଳିଲାନି ଆଶ୍ୱସ୍ତି

    କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଗୁଜରାଟ ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି। ମାନହାନୀ ମାମଲାରେ ହୋଇଥିବା ଦଣ୍ଡବିଧାନ ଉପରେ ରାହୁଲ ରୋକ ଲଗାଇବାକୁ ଦେଇଥିବା ଯାଚିକାରେ ଗୁଜରାଟ ହାଇକୋର୍ଟଙ୍କ ରାୟକୁ ସଂରକ୍ଷିତ ରଖିଛନ୍ତି। ଗ୍ରୀଷ୍ମ ଅବକାଶ ପରେ ରାୟ ଶୁଣାଯିବ।

    ମଙ୍ଗଳବାର ଗୁଜରାଟ ହାଇକୋର୍ଟରେ ରାହୁଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଯୁକ୍ତି କରିଥିଲେ କି, ‘ଏହା ପ୍ରଥମ ମାମଲା, ଯେଉଁଥିରେ ଅପରାଧିକ ମାନହାନୀ ପାଇଁ ସର୍ବାଧିକ ଦଣ୍ଡ ବିଧାନ ହୋଇଛି’। ତେବେ ଜଷ୍ଟିସ ହେମନ୍ତ ପ୍ରାଚକ କହିଥିଲେ, ବର୍ତ୍ତମାନ କୌଣସି ଅନ୍ତରୀଣ ସୁରକ୍ଷା ପ୍ରଦାନ କରାଯାଇ ପାରିବ ନାହିଁ। ତେଣୁ ଗ୍ରୀଷ୍ମ ଅବକାଶ ପରେ ମାମଲାର ଚୂଡ଼ାନ୍ତ ରାୟ ଘୋଷଣା କରାଯିବ।

    ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନ କାଳରେ ରାହୁଲ ପ୍ରଚାର ବେଳେ କହିଥିଲେ କି କାହିଁକି ସବୁ ମୋଦି ଚୋର। ଏହା ଉପରେ ସୁରଟରେ ରାହୁଲଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଯାହା ଉପରେ ମାର୍ଚ୍ଚ ମାସରେ ରାହୁଲଙ୍କୁ ସୁରଟ କୋର୍ଟ ୨ ବର୍ଷ ଜେଲ ଦଣ୍ଡାଦେଶ ସହ ଜରିମାନା କରିଥିଲେ। ଫଳରେ ରାହୁଲଙ୍କ ସାଂସଦ ପଦ ଚାଲିଯାଇଥିଲା ଓ ତାଙ୍କୁ ତାଙ୍କ ସରକାରୀ ବଙ୍ଗଳା ଛାଡିବାକୁ ହୋଇଥିଲା।  ତେବେ ସୁରଟ କୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ରାହୁଲ ଗୁଜୁରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।