ଲଗାଣ ବର୍ଷା ଯୋଗୁଁ ନଦୀରେ ଜଳ ସ୍ତର ବଢିବାରେ ଲାଗିଛି ଫଳରେ ଅର୍ଦ୍ଧାଧିକ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ଲଗାଣ ବର୍ଷା ଯୋଗୁଁ ନଦୀରେ ଜଳ ସ୍ତର ବଢିବାରେ ଲାଗିଛି ଫଳରେ ଅର୍ଦ୍ଧାଧିକ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ବନ୍ୟାରେ ଉବୁଟୁବୁ ବର୍ତମାନ ଉତ୍ତର ଓଡ଼ିଶା। ଏହି ଜିଲ୍ଲା ଗୁଡିକରେ ୫ରୁ 6 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ସରକକାରୀ ରିପୋର୍ଟ ଅନୁସାରେ ୧ ଲକ୍ଷ ୭୬ ହଜାର ୭୩ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ମୁତାବକ ବନ୍ୟାରେ ୩ ଜଣଙ୍କ ମୃତ୍ୟୁ ହୋଇଛି।

ଏପଟେ  ନବରଙ୍ଗପୁର,କୋରାପୁଟ, ବଲାଙ୍ଗୀର କଳାହାଣ୍ଡିରେ ଝିପିଝିପି ବର୍ଷା ଲାଗିରହିଛି । ୨ ତାରିଖ ପରେ ପୁନର୍ବାର ବର୍ଷା ଆକଳନ କରାଯାଉଛି।  ତେବେ  ଉପରମୁଣ୍ଡରେ ବର୍ଷା ନହେବା ଆଶ୍ୱସ୍ତିକର ଖବର  ମିଳିଛି  । ବର୍ତ୍ତମାନ ହୀରାକୁଦରେ  ଜଳସ୍ତର ୬୨୦ ଫୁଟ  ରହିଛି। କଟକର ବଡ଼ମ୍ବା, ଆଠଗଡ଼ ତଳିଆ ଅଞ୍ଚଳ ବର୍ତମାନ  ଜଳବନ୍ଦୀ  । ସେଣ୍ଟ୍ରାଲ ୱାଟର କମିଶନଙ୍କ ରିପୋର୍ଟ ଅନୁସାରେ ମୁଣ୍ଡଳୀରେ ଜଳସ୍ତର ୱାର୍ଣ୍ଣିଂ ଲେବୁଲ୍ ଉପରେ ଅଛି କିନ୍ତୁ ବିପଦ ସଙ୍କେତ ଟପିନି। ବର୍ତ୍ତମାନ ବିଭିନ୍ନ ନଦୀରେ ଜଳସ୍ତର କମିବା ଆରମ୍ଭ କଲାଣି।

ମନ୍ତ୍ରୀ କହିଛନ୍ତି ଯେ, ୫ ଜିଲ୍ଲାରେ ୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଭଦ୍ରକ,ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା କିଛି ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ମୋଟ ୧ ଲକ୍ଷ ୬୫ ହଜାର ଲୋକ ରିଲିଫ୍ ସେଣ୍ଟରରେ ରହିଛନ୍ତି ତେଣୁ ନରାଜରେ ଜଳସ୍ଥର କିଭଳି ୧୦ ଲକ୍ଷ କ୍ୟୁସେକ ଭିତରେ ରଖାଯାଇ ପାରିବ ସେହି ଅନୁସାରେ ବନ୍ୟାଜଳ ପରିଚାଳନା ପାଇଁ ନିର୍ଦ୍ଦେଶ ରହିଛି। ବର୍ତ୍ତମାନ ହୀରାକୁଦରେ ୬୨୦ ଫୁଟ ଜଳସ୍ତର ରହିଛି। ୬୨୨ ଫୁଟ ପର୍ଯ୍ୟନ୍ତ ରଖାଯାଇ ପାରିବ। ଉପରମୁଣ୍ଡରେ ବର୍ଷା ନଥିବାରୁ ସେଭଳି କିଛି ସମସ୍ୟା ନାହିଁ।ବନ୍ୟା ସ୍ଥିତି ଯୋଗୁଁ ନଗର ଉନ୍ନୟନ ବିଭାଗ ଆଲର୍ଟରେ ରହିଛି। ବିଭାଗର ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ବିଭାଗ କୁ 24ଘଣ୍ଟିଆ ଆଲର୍ଟ ରହିବାକୁ କୁହାଯାଇଛି। ଅଧିକାରୀଙ୍କୁ କଣ୍ଟ୍ରୋଲ ରୁମରେ ରହି ସ୍ଥିତି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।