
ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଏବେ ପୂର୍ଣ୍ଣ ସମର୍ପଣ ଓ ନିଷ୍ଠାର ସହ ଆଗେଇ ଚାଲିଛି। ଶନିବାର ରଥ ନିର୍ମାଣର ଦ୍ୱାଦଶ ଦିବସରେ ତିନି ରଥର ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ପୂର୍ବରୁ ରଥ ଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ତିନି ରଥର ନାହାକା ତୁମ୍ବ ଅଖ ବିନ୍ଧରେ ପନ୍ଦାରି ଓ ବଳା ପିନ୍ଧା ଅନୁକୂଳ ସମ୍ପନ୍ନ ହୋଇଛି। ଆଜି ଅପରାହ୍ନରେ ରଥ ଅମିନଙ୍କ ଠାରୁ କଟିଙ୍ଗ ପଇ ମିଳିବା ପରେ ମୁଖ୍ୟ ମହାରଣାଙ୍କ ଦ୍ୱାରା “ପଇ ବକଳା” ଅନୁକୂଳ ପୂଜା ଅନୁଷ୍ଠିତ ହୋଇଛି। ତିନି ରଥର ୪ଟି ଲେଖାଏଁ ୧୨ ଫୁଟିଆ ଓରା ଚଉପଟ ହୋଇ ଦୁଇଟି ଲେଖାଏଁ ଓରାର ଉଭୟ ପଟେ ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ସେହିପରି ପାଞ୍ଚ ଦଣ୍ଡାକୁ ବାନ୍ଧିବା ପାଇଁ ୧୨ଟି କୁଡୁକା ମଧ୍ୟରୁ ୯ଟିର ଚଉପଟ କାର୍ଯ୍ୟ ଶେଷ ହୋଇଛି। ଏଥି ସହ ବାକି ତୁମ୍ବ ଗୁଡିକରେ ସିଙ୍ଗଡା ବାଡ଼ିଆ ପାଇଁ ଅର କଟିଁ ସହ ତୁମ୍ବ ଗୁଡ଼ିକର ପନ୍ଦାରି ଗାଡ ଖୋଦେଇ ଜାରୀ ରଖିଛନ୍ତି।

ତିନିରଥ ର ରୂପକାର ସେବକ ମାନେ ଗୁଜାରେ ସିଂହ ବିରାଳ ରୂପ ଖୋଦେଇ ଜାରୀ ରଖିଛନ୍ତି। ଆଜି ତିନିରଥର ମହାରଣା ସେବକ ମାନେ ନାହାକା ଚକ ପ୍ରସ୍ତୁତ ପାଇଁ ପଇବିନ୍ଧ ପାଇଁ ପୂର୍ବ ପ୍ରସ୍ତୁତି କାର୍ଯ୍ୟ ଶେଷ କରିଛନ୍ତି। ଅପରାହ୍ନରେ ରଥ ଅମିନ ଭୋଇ ସେବକଙ୍କ ମାଧ୍ୟମରେ ତିନିରଥ ଖଳାକୁ କଟିଙ୍ଗ ପଇ ଯୋଗାଇ ଦେବାପରେ ତିନି ରଥର ମୁଖ୍ୟ ମହାରଣାଙ୍କ ଦ୍ୱାରା “ପଇବକଳା ” ଅନୁକୂଳ ପୂଜା ସମ୍ପନ୍ନ କରିଛନ୍ତି,ପରେ ସାଥୀ ମହାରଣା ସେବକ ମାନେ ଅର ସଂଯୋଗ ତୁମ୍ବ ବା ସିଙ୍ଗଡା ଉପରେ ପଇ ରଖି ମାପ ଚିହ୍ନ ମୁଖ୍ୟ ମହାରଣା ମାନେ ଗାରେଇବା ପରେ ବଳକା ଅର କୁ ସାଥୀ ମହାରଣା ମାନେ କାଟି ଅର ମୁଖ ସାଲ କାର୍ଯ୍ୟ ଶେଷ କରିଛନ୍ତି। ଏଥିସହ ଆଜି ଦୁଇ ଦୁଇଟି ଲେଖାଏଁ ନାହାକା ଚକ ସିଙ୍ଗଡା ର ପଇ କଟିଙ୍ଗ ସକ ଅର ମୁଖ ସାଲ କାର୍ଯ୍ୟ ଶେଷ ହୋଇଛି।

ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ତିନିରଥର ଓଝା କମାର ସେବକ ମାନେ ନହାକା ତୁମ୍ବ ଗୁଡ଼ିକର ପନ୍ଦାରି ଏବଂ ବଳା ଶେଷ କରି ତିନି ରଥ ଚାଳିକୁ ଯୋଗାଇ ଦେବାପରେ ବାକି ତୁମ୍ବ ଗୁଡ଼ିକ ପାଇଁ ପନ୍ଦାରି ଏବଂ ବଳା ପ୍ରସ୍ତୁତ ସହ ଅର କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।ଦୈନଦିନ ର ରଥ ନିର୍ମାଣ କାର୍ଯ୍ୟ ତଦାରଖ କରୁଛନ୍ତି ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଆଜି ସନ୍ଧ୍ୟାରେ ରଥ ନିର୍ମାଣର ଅଗ୍ରଗତି ସମ୍ପର୍କରେ ଜାଣିବାପାଇଁ ରଥ ଖଳାକୁ ପରିଦର୍ଶନର ଯାଇ ତିନି ରଥ ଚାଳୀ ର ମୁଖ୍ୟ ମହାରଣା , ଭୋଇ ସେବକଙ୍କ ସହ ନିର୍ମାଣ ଅଗ୍ର ଗତି ସମ୍ପର୍କରେ ଆଲୋଚନା କରିଥିଲେ ନିର୍ମାଣ କାର୍ଯ୍ୟକୁ ନେଇ ସନ୍ତୋଷ ବ୍ୟକ୍ତ କରିଥାନ୍ତି ଉପମୁଖ୍ୟ ପ୍ରଶାସକ, ରଥ ଚାଳୀରେ ଅଧିକ ଆଲୋକ ବ୍ୟବସ୍ଥା ପାଇଁ ଶ୍ରୀମନ୍ଦିର
ବିଦଉତ୍ ବିଭାଗ ସହକାରୀ ଯନ୍ତ୍ରୀ ଙ୍କୁ ନିର୍ଦେଶ ଦେଇଛନ୍ତି ଉପମୁଖ୍ୟ ପ୍ରଶାସକ।