
ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ୱାରର ବରିଷ୍ଠ ସାଧକ ଡାକ୍ତର ଭକ୍ତ ଚରଣ ନାୟକ ସିନିୟର୍ ସର୍ଜନ, ବରିଷ୍ଠ କାର୍ଯ୍ୟକର୍ତ୍ତା , ତଥା ପ୍ରଜ୍ଞା ଅଭିଯାନର ସହଯୋଗୀ ସମ୍ପାଦକ, ଶାନ୍ତିକୁଞ୍ଜଙ୍କର ସେ ସମ୍ ହସପିଟାଲ ରେ ଚିକିତ୍ସା ଧୀନ ଅବସ୍ଥାରେ ଗୁରୁସତ୍ତା ଙ୍କ ସହିତ ଲୀନ ହୋଇ ଯାଇଛନ୍ତି।। ତାଙ୍କର ଜୀବନ ତିନୋଟି ପୃଥିବୀର କାହାଣୀ ଭଳି ପ୍ରଥମ ଜୀବନ ଯାଜପୁରରେ ଜନ୍ମ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ କଲେଜ ରେ ଏମ ବି ବି ଏସ ଓ ଏମ ଏସ ସର୍ଜନ ପଢ଼ି ସରକାରୀ ଚାକିରୀ ତାପରେ ଭିଆରଏସ ନେଇ ଜାମସେଦପୁର ଟାଟା ରେ ରେ ଚାକିରୀ ସେହି ସମୟରେ ଭୟଙ୍କର ଦୁର୍ଘଟଣା ପରେ ମୃତ୍ୟୁ ମୁଖରୁ ବଞ୍ଚିଲା ପରେ ଗୁରୁ ସତ୍ତା ଙ୍କୁ ସମର୍ପିତ ହୋଈ ଜୀବନ ଦାନୀ ରୂପେ ଶାନ୍ତି କୁଞ୍ଜ ହସ୍ପିଟାଲ ରେ ଚିଫ ମେଡିକାଲ ଅଫିସର ରୂପେ ସମୟଦାନୀ ପୁଣି ସେହି ପରମ ପୂଜ୍ୟ ଗୁରୁଦେବ ଙ୍କ ସତ୍ ସାହିତ୍ୟ ର ଅନୁବାଦକ ରୂପେ ବାଙ୍ଗମୟ କୁ ଅନୁବାଦ ଅନ୍ ଲାଇନ୍ ରେ ସୋସିଆଲ ମିଡିଆ ମାଧ୍ୟମରେ ହଜାର ହଜାର ସାଧକ ମାନଙ୍କୁ ମାର୍ଗ ଦର୍ଶନ , ତାଙ୍କ କନ୍ୟା ବିଶ୍ବ ଭାରତୀ ଅପା ଙ୍କ ଭାଷାରେ ବାପା ଜୋତା ସିଲେଇ ଠାରୁ ରସୋଇ କରିବା ଚଣ୍ଡୀ ପାଠ ସବୁଥିରେ ପ୍ରବୀଣ । ଏହିଭଳି ଜଣେ ଦିବ୍ୟ ଆତ୍ମା ଙ୍କୁ ଆମେ ଶବରୀଶତସଙ୍ଗ ରେ ଅନଲାଇନ ମାଧ୍ୟମରେ ଆସି ଯୁଗରୁଷି ବେଦମୂର୍ତ୍ତି ତପୋନିଷ୍ଟ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ଙ୍କ ଦ୍ୱାରା ରଚିତ ପୁସ୍ତକ କୁ ପଢି ପ୍ରଶ୍ନ ଉତ୍ତର ମାଧ୍ୟମରେ 300 ରୁ ଉର୍ଦ୍ଧ ବ୍ୟକ୍ତି ମାନଙ୍କୁ ଆତ୍ମ ଉର୍ନତି ଦିଗରେ ନେଉ ଥିଲେ କାରଣ ସେ ଯୁଗରୁଷି ଙ୍କର ଆଦର୍ଶ ଏବଂ ସିଦ୍ଧାନ୍ତ ଉପରେ ଚାଲୁଥିବାରୁ ସମସ୍ତଙ୍କୁ ସେହି ମାର୍ଗରେ ଯିବାପାଇଁ ସତତ ଚେଷ୍ଟା କରୁଥିଲେ ଏବଂ ସମସ୍ତ ଶ୍ରୋତାଗଣ ତାହା ନିଜନିଜ ଜୀବନରେ ଲଗାଇ ବହୁତ ଉପକୃତ ହେଉଥିଲେ କାରଣ ଏହା ଥିଲା ଯୁଗରୁଷି ଙ୍କର ଲେଖା । ତେଣୁ ସେହି ଅମର ଆତ୍ମା ଆମ୍ଭ ମାନଙ୍କ ଗହଣରେ ସୁକ୍ଷ୍ମ ରୂପରେ ଅଛନ୍ତି ଏବଂ ତାଙ୍କର ଆତ୍ମାର ଉର୍ଦ୍ଧ ଗତି ହେଉ ଏବଂ ଯୁଗ ପରିବର୍ତନ ସମୟରେ ସୁକ୍ଷ୍ମ ରେ ରହି ତୀବ୍ର ଗତିରେ କାମ କରନ୍ତୁ ଏତିକି ଆମ ଭାଇ ଏବଂ ଭଉଣୀ (ଗାୟତ୍ରୀ ପରିବାର )ମାନଙ୍କର ଈଶ୍ୱରଙ୍କ ନିକଟ ରେ ପ୍ରାଥନା🙏।