ଭାରତୀୟ ମହିଳା କ୍ରିକେଟ୍ ଦଳ ପାଇଁ ପୁଣି ଏକ ନୈରାଶ୍ୟଜନକ ଫଳାଫଳ ସାମ୍ନାକୁ ଆସିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳାରେ ଭାରତ ତୃତୀୟ ପରାଜୟ ବରଣ କରିଛି। ଲୌରା ୱାଲଭାର୍ଟଙ୍କ ଧୂଆଁଧାର ବ୍ୟାଟିଂ ଯୋଗୁଁ ଭାରତୀୟ ଦଳ ଏହି ମ୍ୟାଚରେ ପରାଜିତ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଏକ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ସର୍ବାଧିକ ୩୭ ରନ୍ କରିଥିଲେ। ୧୮ ରନ୍ର ସହଯୋଗ କରିଥିଲେ। ପୁଣି ଥରେ ଫେଲ୍ ମାରିଛନ୍ତି। ଗତ ମ୍ୟାଚରେ ମାତ୍ର ୨ ରନ୍ କରିଥିବା ବେଳେ ଏହି ମ୍ୟାଚରେ ସେ ଶୂନ ରନ୍ରେ ଆଉଟ୍ ହୋଇଥିଲେ। ନନକୁଲୁଲେକୋ ଏମଲାବା ୨ଟି ଏବଂ ନାଦାଇନ୍ ଡି’କ୍ଲେର୍କ ଗୋଟିଏ ୱିକେଟ୍ ଅକ୍ତିଆର କରି ଭାରତକୁ ଚାପରେ ରଖିଥିଲେ। ଭାରତ ଦେଇଥିବା ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ଅତି ସହଜରେ ହାସଲ କରିନେଇଥିଲା।

ମାତ୍ର ୫୩ ବଲ୍ରୁ ୧୧୫ ରନ୍ର ଏକ ବିସ୍ଫୋରକ ଶତକୀୟ ପାଳି ଖେଳିଥିଲେ। ୪୨ ବଲ୍ରୁ ୬୪ ରନ୍ କରି ଅପରାଜିତ ରହିଥିଲେ।ଦକ୍ଷିଣ ଆଫ୍ରିକା ହାତରେ ୨୧ ବଲ୍ ବାକି ଥାଇ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଜିତି ନେଇଥିଲା। ଭାରତୀୟ ବୋଲରମାନେ ପ୍ରତିପକ୍ଷ ବ୍ୟାଟରଙ୍କୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। କେବଳ ଶ୍ରେୟଙ୍କା ପାଟିଲ୍ ଗୋଟିଏ ସଫଳତା ପାଇଥିଲେ। ଭାରତର ବ୍ୟାଟିଂ ଏବଂ ବୋଲିଂ ଉଭୟ ବିଭାଗରେ ଦୁର୍ବଳ ପ୍ରଦର୍ଶନ ଏହି ପରାଜୟର ମୁଖ୍ୟ କାରଣ ସାଜିଛି। ବିଶେଷ କରି ଜେମିମାଙ୍କ ଫର୍ମ ଏବଂ ଲୌରାଙ୍କୁ ଶୀଘ୍ର ଆଉଟ୍ ନକରିପାରିବା ଦଳକୁ ମହଙ୍ଗା ପଡ଼ିଛି।