କୋରେଇରେ ଆଡ଼ମ୍ବରରେ ପାଳିତ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନ: ବୃକ୍ଷରୋପଣ ଉତ୍ସବ

ଯାଜପୁର ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ପୂର୍ବତନ ମନ୍ତ୍ରୀ ତଥା ପ୍ରଣବ ପ୍ରକାଶ ଦାସ‌ଙ୍କ ଜନ୍ମଦିନ ଉତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରାଯାଇଛି। ବିଶେଷକରି କୋରେଇ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ଏହି ଅବସରକୁ ଆଡ଼ମ୍ବରପୂର୍ଣ୍ଣ ଭାବେ ଉତ୍ସବ ରୂପେ ପାଳନ କରାଯାଇଥିଲା।ଏହି ଅବସରରେ ବିଜୁ ଜନତା ଦଳ ପକ୍ଷରୁ ତଳଗଡ଼ ପଞ୍ଚାୟତରେ ଧୂମଧାମରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ମୁଖ୍ୟ ଆୟୋଜକ ସରପଞ୍ଚ ସନ୍ତୋଷ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହିତ କେକ କାଟି ଉତ୍ସବ ପାଳନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଯୁବ ନେତା ଭବପ୍ରକାଶ ଅତିଥି ଭାବେ ଯୋଗ ଦେଇ ମହାପାଟ ମନ୍ଦିର ପରିସରରେ ବୃକ୍ଷରୋପଣ କରିଥିଲେ। ଶତାଧିକ କର୍ମୀଙ୍କ ଉପସ୍ଥିତିରେ କେକ କାଟି ଜନ୍ମଦିନ ଉତ୍ସବକୁ ଆନନ୍ଦମୟ କରାଯାଇଥିଲା।ଏହି ଅବସରରେ ନେତାମାନେ ଦଳୀୟ ସଂଗଠନକୁ ଆଗାମୀ ଦିନରେ ଆହୁରି ମଜବୁତ କରିବା ନେଇ ଆଲୋଚନା କରିଥିଲେ ଏବଂ ପ୍ରଣବ ପ୍ରକାଶ ଦାସ‌ଙ୍କ ଦୀର୍ଘାୟୁ କାମନା କରିଥିଲେ।