୪ ଦିନ ଝଡ଼ବର୍ଷା ଆଶଙ୍କା..୩୧ରେ ୫ ଜିଲ୍ଲାକୁ ୱାର୍ଣ୍ଣିଂ

ରାଜ୍ୟକୁ ଏବେ ପଶ୍ଚିମା ଝଡ଼ ପ୍ରଭାବ ରହିଛି । ଗତକାଲି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି (lightning and thunder)ଜନିତ ବର୍ଷା ହୋଇଛି । ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଝଡ଼ବର୍ଷା (stormy rain) ଆଶଙ୍କା ରହିଛି । ୨୯ ତାରିଖ ରାତିରୁ ଦେଶର ଉତ୍ତର-ପଶ୍ଚିମ ଭାଗକୁ ଅନ୍ୟ ଏକ ପଶ୍ଚିମା ଝଡ଼ ପ୍ରଭାବିତ କରିବ । ଏହାର ପ୍ରଭାବରେ ୩୧ ତାରିଖରେ ୫ ଜିଲ୍ଲାରେ ପ୍ରବଳ ବର୍ଷିବ(heavy rain) । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର (Regional Meteorological Center)ପକ୍ଷରୁ ସୂଚନା ମିଳିଛି ।

ଆଜି ଗଞ୍ଜାମ, ଗଜପତି, କୋରାପୁଟ, କନ୍ଧମାଳ, ରାୟଗଡ଼ା, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼ ଭଳି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ପବନର ଘଣ୍ଟାପ୍ରତି ବେଗ( Wind speed)ମଧ୍ୟ ୩୦ରୁ ୪୦ କିଲୋମିଟର ମଧ୍ୟ ରହିପାରେ । ୨୯ ତାରିଖ ଅର୍ଥାତ୍ ଆସନ୍ତାକାଲି ସାମାନ୍ୟ ଖରାଟିଆ ପାଗ ରହିବା ସମ୍ଭାବନା ଥିବାବେଳେ ପୁଣି ୩୦ ତାରିଖରେ ପଶ୍ଚିମା ଝଡ଼ ପ୍ରଭାବିତ କରିବ । କଳାହାଣ୍ଡି, ବଲାଙ୍ଗିର, ବରଗଡ଼, କନ୍ଧମାଳ, ଝାରସୁଗୁଡ଼ା ଭଳି କିଛି ଜିଲ୍ଲାରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି (predicted)ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *