ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର..ସହିପାରୁନଥିଲେ ସହପାଠୀ, ହତ୍ୟା ଅଭିଯୋଗ

ଯାଜପୁର ସରକାରୀ ପଲିଟେକନିକ ବିରଜା ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ (hanging body)ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ଇଲେକ୍ଟ୍ରିକାଲ ବିଭାଗ ତୃତୀୟ ବର୍ଷର ରୋଜାଲିନ୍ ପାତ୍ର । ଯାଜପୁର ଜେନାପୁର ଥାନା ଷେଣ୍ଢପୁର ଗାଁର ଅମୂଲ୍ୟ ପାତ୍ରଙ୍କ ଝିଅ ରୋଜାଲିନ ଜଣେ ମେଧାବୀ ଛାତ୍ରୀ (brilliant student)ଭାବେ ବେଶ୍ ଜଣାଶୁଣା ଥିଲେ । ସେଥିପାଇଁ ସେ ଓ ତାଙ୍କ ପରିବାର ଲୋକେ ଏବଂ ସମ୍ପର୍କୀୟମାନେ ବହୁତ ଖୁସି ଥିଲେ । ତେବେ ଛାତ୍ରୀଙ୍କ ମୃତ୍ୟୁ କେମିତି ହେଲା ତାହା ଏଯାଏ ଅସ୍ପଷ୍ଟ (unclear)ରହିଛି ।

ସେପଟେ, ରୋଜାଲିନଙ୍କୁ ମାରି ଝୁଲାଇ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଛାତ୍ରୀଜଣଙ୍କ ୪ଟି କ୍ୟାମ୍ପସ ପାଇଥିବାରୁ ତାଙ୍କ ସହପାଠୀମାନେ ଈର୍ଷା (jealous)କରୁଥିଲେ । ବିଭିନ୍ନ ସମୟରେ ହଇରାଣ କରିବା ସହ ଧମକଚମକ (harassment and threats)ଦେଉଥିବା ଅଭିଯୋଗ ଆସିଛି । ପୂର୍ବରୁ ଜଣେ ଛାତ୍ର ରୋଜାଲିନଙ୍କୁ ମାଡ଼ ମାରିବା ସହ ଅଶ୍ଳୀଳ ମେସେଜ୍ ପଠାଇଥିବା କହିଛନ୍ତି ତାଙ୍କ ମା’। ଘଟଣା ପାଇଁ କଲେଜ କର୍ତ୍ତୃପକ୍ଷ ମଧ୍ୟ ଦାୟୀ ବୋଲି ପରିବାର ଲୋକେ କହିଛନ୍ତି । ପୋଲିସ ଘଟଣାର ଖୋଳତାଡ଼ କରୁଛି ।

Leave a Reply

Your email address will not be published. Required fields are marked *