
ଶିମିଳିପାଳ ସଂଲଗ୍ନ ପିଠାବଟା ନର୍ଥ ରେଞ୍ଜରେ ବାଘ ଆତଙ୍କ, ଦୁଇଟି ଗୋରୁ ଶିକାର ପରେ ଭୟଭୀତ ଅଞ୍ଚଳବାସୀ, ଜଙ୍ଗଲରେ ବାଘର ଚଳପ୍ରଚଳକୁ ନେଇ ବଢ଼ିଲା ଚିନ୍ତା
ତାରାଯୋଡ଼ି ଗାଁ ନିକଟ ଚନ୍ଦ୍ରିପଡ଼ିଆ ଅଞ୍ଚଳରେ ଦୁଇଟି ଗୋରୁକୁ ଶିକାର କରିଛି ବାଘ । ଗୋଟିଏ ଗୋରୁକୁ ଆଂଶିକ ଭାବେ ଖାଇଥିବା ଜଣାପଡିଛି । ୩ରୁ ୪ ବର୍ଷ ବୟସର କଳାବାଘର ଗତିବିଧିକୁ ବନବିଭାଗ ସନ୍ଦେହ କରୁଛି । ବାଲିଡିହା ଓ ହଳଦୀବଣି ବିଟ୍ ଅଞ୍ଚଳରେ ବାଘର ଚଳପ୍ରଚଳ ନେଇ ବନ ବିଭାଗର ତଦନ୍ତ ଜାରି ରହିଛି ।
ଘଟଣାସ୍ଥଳରେ କ୍ୟାମେରା ଟ୍ରାପ୍ ଲଗାଇ ନଜର ରଖୁଛି ବନ ବିଭାଗ । ଲୋକଙ୍କୁ ସତର୍କ ରହିବା ସହ ଜଙ୍ଗଲର କୋର୍ ଅଞ୍ଚଳକୁ ମଣିଷ କିମ୍ବା ଗୋରୁଗାଈ ନଛାଡ଼ିବାକୁ ପରାମର୍ଶ । ବାଘ ସଂଖ୍ୟା ବୃଦ୍ଧି ଯୋଗୁଁ ଏଭଳି ଘଟଣା ସ୍ୱାଭାବିକ ବୋଲି କହିଛନ୍ତି ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ଡିଭିଜନ ଉପନିର୍ଦ୍ଦେଶକ ସୁମିତ କୁମାର କର । ଗୋରୁ ମାଲିକଙ୍କୁ ନିୟମ ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯିବା ସହ ଅଞ୍ଚଳରେ ନିରନ୍ତର ମନିଟରିଂ ଜାରି ରହିଥିବା ସେ କହିଛନ୍ତି ।