
ଲିଫ୍ଟ ଦେବା ବାହାନାରେ ଅପହରଣ।ଯୁବତୀଙ୍କୁ ଉଦ୍ଧାର ପାଇଁ ପୋଲିସର ଏଭଳି ପ୍ରଶଂସନୀୟ ପ୍ରୟାସ। ଜଣେ ଯୁବତୀଙ୍କୁ ଅପହରଣ କରି ଜଙ୍ଗଲ ଭିତରକୁ ନେଇଯିବା ଘଟଣା ଖୋର୍ଦ୍ଧା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନା ଅନୁସାରେ, ଯୁବତୀ ଜଣକ ରାସ୍ତାରେ ଯାଉଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କୁ ଲିଫ୍ଟ ଦେବାକୁ କହିଥିଲା। ବିଶ୍ୱାସ କରି ଗାଡ଼ିରେ ବସିବା ପରେ ଅଭିଯୁକ୍ତ ତାଙ୍କୁ ପିତାପାଲି ଜଙ୍ଗଲ ଭିତରକୁ ନେଇଯାଇଥିଲା। ସେଠାରେ ସୁଯୋଗ ପାଇ ଯୁବତୀ ଦୁର୍ବୃତ୍ତର କବଳରୁ ଖସି ଆସି ସିଧାସଳଖ ପୋଲିସକୁ ସୂଚନା ଦେଇଥିଲେ।ଖବର ପାଇବା ମାତ୍ରେ ଇନ୍ଫୋଭ୍ୟାଲି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ କରି ଏବଂ ତନାଘନା ଚଳାଇ ଶେଷରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ।
ଏହି ଘଟଣା ପରେ ମହିଳା ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଥିବା ବେଳେ, ଆପତ୍କାଳୀନ ସମୟରେ ଯୁବତୀଙ୍କ ସାହସ ଓ ପୋଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ପ୍ରଶଂସା କରାଯାଉଛି। ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।