
() ଭଦ୍ରକ ଜିଲ୍ଲାରେ ଫେବୃଆରୀରୁ ଗଡିବ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ , ସେଥିପାଇଁ ଛକ ଛକରେ ନିର୍ମାଣ ଚାଲିଛି ବସଷ୍ଟାଣ୍ଡ । ଯାତ୍ରୀମାନଙ୍କ ସୁବିଧା ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଏହି ବସଷ୍ଟାଣ୍ଡ ନିର୍ମାଣ କରୁଥିବା ବେଳେ କେତେକ ଅସାଧୁ ଠିକାଦାର ନିମ୍ନମାନର କାର୍ଯ୍ୟକରି ମାଲାମାଲ ହେଉଛନ୍ତି । ଏମିତି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଜଳେଶ୍ଵର ପୁର ଛକରେ ନିର୍ମାଣ ହେଉଥିବା ବସଷ୍ଟାଣ୍ଡ ଉପରେ । ଉକ୍ତ ଛକରେ ଯାତ୍ରୀ ବିଶ୍ରାମାଗାର ପାଇଁ ୫ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଥିବା ବେଳେ ଠିକାଦାର ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ହେଉଥିବାରୁ ଗ୍ରାମବାସୀ କାର୍ଯ୍ୟଟିକୁ ବନ୍ଦ କରିଛନ୍ତି । ମାତ୍ର ସମ୍ପୃକ୍ତ ଠିକାଦାର ଅଭିଯୋଗକାରୀଙ୍କୁ ନାଲି ଆଖି ଦେଖାଇବା ସହ ଧମକ ଦେଉଥିବା ଅଭିଯୋଗ ବାଢିଛନ୍ତି ଗ୍ରାମବାସୀ ।
ଏଠି ପ୍ରଶ୍ନ ଉଠୁଛି ସମ୍ପୃକ୍ତ ଠିକାଦାର କାର୍ଯ୍ୟକୁ କଣ ବିଭାଗୀୟ ଯନ୍ତ୍ରୀ ତଦାରଖ କରୁନାହାନ୍ତି କି ? ନା ଶାସକ ଦଳର ଠିକାଦାର ବୋଲି ସୁରକ୍ଷା ଦେଉଛନ୍ତି । ସବୁ ଠାରୁ ବଡ଼କଥା ହେଉଛି ବିନା ଫଳକରେ କାର୍ଯ୍ୟ ଚାଲୁଥିବା ବେଳେ ସମ୍ପୃକ୍ତ ଯନ୍ତ୍ରୀ କହିଛନ୍ତି ଏବିଷୟରେ ମୁଁ କିଛି ଏବିଷୟରେ ଜାଣିନାହିଁ। ଏପରି କାର୍ଯ୍ୟ କରୁଥିବା ସମ୍ପୃକ୍ତ ଠିକାଦାର ଚାନ୍ଦବାଲି ବିଧାୟକ ତଥା ଯୋଜନା ବୋର୍ଡର ଅଧ୍ୟକ୍ଷଙ୍କ ଛତ୍ରଛାୟା ତଳେ ରହି ଏପରି ନିମ୍ନମାନର କାର୍ଯ୍ୟ କରୁଥିବା କଥା ପଞ୍ଚାୟତର ବାସିନ୍ଦାମାନେ ଅଭିଯୋଗ କରିଛନ୍ତି।
Your point of view caught my eye and was very interesting. Thanks. I have a question for you.