ରାଜଧାନୀ ଭୁବନେଶ୍ୱରରେ ଏନ୍କାଉଣ୍ଟର(Encounter) । କୁଖ୍ୟାତ ଅପରାଧୀ (notorious criminal) ଜିତେନ୍ଦ୍ର ପଲାଇ ଓରଫ ଜିତୁକୁ ପୋଲିସ ଏନ୍କାଉଣ୍ଟର କରିଛି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ବାଙ୍କୁଆଳ କୁଆଖାଇ ନଦୀପଠା ନିକଟରେ ଅପରାଧୀକୁ ଏନ୍କାଉଣ୍ଟର କରାଯାଇଛି। ଅପରାଧୀ ଜିତୁ ଦେହରେ ଗୁଳି ବାଜିଛି । ଆହତ (injuries)ଅବସ୍ଥାରେ ତାକୁ କ୍ୟାପିଟାଲ ହସ୍ପିଟାଲ୍ରେ ଭର୍ତ୍ତି(admit) କରାଯାଇଛି।
ଗତକାଲି ରାତି ପ୍ରାୟ ୧ଟା ୩୦ ମିନିଟରେ କୁଖ୍ୟାତ ଅପରାଧୀ ଜିତୁ ଏକ କାର୍ରେ ଆସୁଥିଲା । ଖବର ପାଇ (receiving the news)ଖାରବେଳନଗର ଥାନା ଆଇଆଇସି ଓ ତାଙ୍କ ଟିମ୍ ପିଛା (chased) କରିଥିଲେ। ସେହି ସମୟରେ ଅପରାଧୀ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲା। ଏହାର ଜବାବରେ (In response)ପୋଲିସ ଜିତୁକୁ ଏନ୍କାଉଣ୍ଟର କରିଥିଲା।