ମାହାଙ୍ଗାରେ ବିଜେପିର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

ସ୍ୱାଧୀନତା ଦିବସ ଅବସରରେ ମାହାଙ୍ଗାରେ ବିଜେପି ପକ୍ଷରୁ ଆୟୋଜିତ ହୋଇଛି ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା। ମାହାଙ୍ଗା ବିଜେପି ନେତା ସୁମନ୍ତ ଘଡେଇଙ୍କ ନେତୃତ୍ୱରେ ନିଶ୍ଚିନ୍ତକୋଇଲିସ୍ଥିତ ଦଳୀୟ କାର୍ଯ୍ୟାଳୟରୁ ପଣସପଡ଼ିଆ ଗାନ୍ଧୀପୀଠ ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଆୟୋଜିତ ହୋଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ସାରା ଦେଶରେ ଚାଲିଥିବା ‘ଘରେ ଘରେ ତ୍ରିରଙ୍ଗା’ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ମାହାଙ୍ଗା ବିଜେପି ପକ୍ଷରୁ ଏହି ଶୋଭାଯାତ୍ରା କରାଯାଇଥିଲା। ହାତରେ ତ୍ରିରଙ୍ଗା ଧରି ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ବାଇକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏହି ସମୟରେ ଦେଶପ୍ରେମ ଭିତ୍ତିକ ସ୍ଲୋଗାନରେ ପରିବେଶ ପ୍ରକମ୍ପିତ ହୋଇଥିଲା।ଶୋଭାଯାତ୍ରା ମାଧ୍ୟମରେ ବିଜେପି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ଉପଲବ୍ଧି ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ମୁଖ୍ୟ ଲକ୍ଷ୍ୟ ବୋଲି ଦଳୀୟ ନେତାମାନେ କହିଥିଲେ।କାର୍ଯ୍ୟକ୍ରମରେ ସୁମନ୍ତ ଘଡେଇଙ୍କ ସମେତ ବହୁ ବିଜେପି ନେତା, ପଦାଧିକାରୀ ଓ କର୍ମୀ ଯୋଗଦେଇଥିଲେ। ବିଶାଳ ବାଇକ ଶୋଭାଯାତ୍ରା ମାଧ୍ୟମରେ ଦଳ ପକ୍ଷରୁ ଏକତା, ଦେଶପ୍ରେମ ଓ ଜାତୀୟତାର ବାର୍ତ୍ତା ଦିଆଯାଇଥିଲା।ତେବେ ଏହି ଶୋଭାଯାତ୍ରା ମାଧ୍ୟମରେ ମାହାଙ୍ଗାରେ ସୁମନ୍ତ ଘଡେଇଙ୍କ ନେତୃତ୍ୱରେ ବିଜେପି ନିଜର ସାଂଗଠନିକ ଶକ୍ତିର ପ୍ରଦର୍ଶନ କରିଥିବା ଚର୍ଚ୍ଚା ହେଉଛି।