ବିଶ୍ୱ ଥିଏଟର ଦିବସ…ସମାଜରେ ବ୍ୟାପକ ପରିବର୍ତ୍ତନ ଆଣେ ‘ନାଟକ’

ଆଜି ବିଶ୍ୱ ଥିଏଟର ବା ନାଟ୍ୟ ଦିବସ(World Theater Day) । ଥିଏଟର କଳାର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା (create awareness)ଏହାର ମୁଖ୍ୟ ଲକ୍ଷ୍ୟ (main aim)। ମନୋରଞ୍ଜନ କ୍ଷେତ୍ରରେ କଳାକାରଙ୍କ ବଡ଼ ଭୂମିକା ରହିଛି । ଏହା ସମାଜରେ ବ୍ୟାପକ ପରିବର୍ତ୍ତନ ଆଣିଥାଏ ।

ବିଶେଷକରି କଳାକାରଙ୍କ ଭୂମିକା(role of the artist)କୁ ପ୍ରଦର୍ଶିତ କରିବା, ନାଟକ କିପରି ଲୋକଙ୍କ ଦୈନନ୍ଦିନ ଜୀବନରେ ବ୍ୟାପକ ପରିବର୍ତ୍ତନ(massive changes)ଆଣିଥାଏ ସେ ସମ୍ପର୍କରେ ସମାଜକୁ ଅବଗତ କରାଇବା(aware of)ପାଇଁ ଆଜିର ଦିନଟିକୁ ପାଳନ କରାଯାଇଥାଏ ।

ଜୀବନ୍ତ ପ୍ରଦର୍ଶନ କରିବା ପାଇଁ କଳାକାରମାନେ ଅକ୍ଳାନ୍ତ ପରିଶ୍ରମ (tirelessly)କରିଥାନ୍ତି । ଏଠାରୁ ହିଁ ସେମାନଙ୍କ ଯାତ୍ରା ଆରମ୍ଭ ହୋଇଥାଏ । ସେଥିପାଇଁ କଳାକାରଙ୍କ ସମେତ ଟେକ୍ନିସିଆନ୍, କାରିଗର ଏବଂ ମହିଳା ଏପରି ଏକ ବୃତ୍ତି(profession)କୁ ଆଦରି ସଂଘର୍ଷ(struggle) କରିଥାନ୍ତି । ପରିବର୍ତ୍ତିତ ପରିସ୍ଥିତିରେ ସେମାନଙ୍କ କଳ୍ପନା, ଆବିଷ୍କାର ଦର୍ଶକଙ୍କୁ ବେଶ୍ କିଛି ମନୋରଞ୍ଜନ(entertainment)ର ଖୋରାକ ଯୋଗାଉଛି । ସେଥିପାଇଁ ଆଜି ବି ନାଟକ, ଯାତ୍ରା ଜୀବିତ ରହିଛି । ଅନ୍ତର୍ଜାତୀୟ ଥିଏଟର ଇନଷ୍ଟିଚ୍ୟୁଟ ଦ୍ୱାରା ୧୯୬୨ ମସିହାରୁ ପ୍ରତିବର୍ଷ ମାର୍ଚ୍ଚ ୨୭କୁ ବିଶ୍ୱ ନାଟ୍ୟ ଦିବସ ଭାବେ ପାଳନ କରାଯାଉଛି ।

Leave a Reply

Your email address will not be published. Required fields are marked *