ବିଧାନସଭା ଭାଙ୍ଗିଲେ ରାଜ୍ୟପାଳ

ରାତି ପାହିଲେ ଭୋଟ ଗଣତି। ଏହା ପୂର୍ରୁ ସୋମବାର ଦିନ ରାଜ୍ୟପାଳ ରଘୁବର ଦାସ ଭଙ୍ଗକଲେ ୧୬ତମ ବିଧାନସଭା। ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ। ରାଜ୍ୟ ବିଧାନସଭା ଭାଙ୍ଗିବାକୁ ରାଜ୍ୟ କ୍ୟାବିନେଟ କରିଥିଲା ସୁପାରିଶ।

ସୋମବାର ମୁଖ୍ଯମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ଶେଷ କ୍ୟାବିନେଟ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଭର୍ଚୁଆଲ ମୋଡରେ ଯୋଗଦେଇଥିଲେ। ଜୁନ ୪ ଅର୍ଥାତ୍‌ ମଙ୍ଗଳବାର ଲୋକସଭା ଓ ବିଧାନସଭା ୨୦୨୪ର ରେଜଲ୍ଟ ଆସିବ। ନୂତନ ସରକାର ଗଠନ ହେବା ପର୍ୟ୍ୟନ୍ତ କାମଚଳା ଦାୟିତ୍ୱରେ ରହିବା ପାଇଁ ମୁଖ୍ଯମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟପାଳ।

Leave a Reply

Your email address will not be published. Required fields are marked *