ତୀର୍ଥଯାତ୍ରା ହେଲା କାଳ..ବସ୍ ଦୁର୍ଘଟଣାରେ ୨୦ ଜୀବନ୍ତ ଦଗ୍ଧ

ସାଉଦି ଆରବର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା(fatal road accident) ଘଟିଛି । ପୋଲରେ ବାଡେଇ ହୋଇ ବସ୍ ଓଲଟି ପଡ଼ିବା(overturned)ରୁ ସେଥିରେ ନିଆଁ ଲାଗିଥିଲା(caught fire) । ୨୦ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ(burnt alive) ହୋଇଛନ୍ତି ।

ସୂଚନା ଅନୁସାରେ ଆଜି ସକାଳୁ ଏହି ଦୁର୍ଘଟଣା ଘଟିଛି । ୟେମେନ ସୀମାରେ ଥିବା ଦକ୍ଷିଣ-ପଶ୍ଚିମ ଦିଗରେ ଆସିର ପ୍ରଦେଶ ଦେଇ ତୀର୍ଥଯାତ୍ରୀ (pilgrim)ବସ୍‌ଟି ଯାଉଥିଲା । ତେବେ ବ୍ରେକ୍ ଫେଲ୍ (brake failure)ହେବାରୁ ଏଭଳି ବଡ଼ ଧରଣର ଦୁର୍ଘଟଣା ଘଟିଛି । ଏଥିରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

ପୋଲକୁ ବାଡେଇ ହୋଇ ବସ୍ ରାସ୍ତା କଡକୁ ଓଲଟି ପଡିଥିଲା । ଏହାପରେ ବସରେ ନିଆଁ ଲାଗିଯାଇଥିଲା । ତେଣୁ ଯାତ୍ରୀଙ୍କୁ ଉଦ୍ଧାର (rescue)କରିବା କଷ୍ଟକର ହୋଇଥିଲା । ଫଳରେ ୨୦ ଜଣ ଯାତ୍ରୀ ଜୀବନ୍ତ ଜଳିଯାଇଥିଲେ । ୩୦ରୁ ଅଧିକ ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର (critical condition)ରହିଛି । ସେମାନଙ୍କୁ ଉଦ୍ଧାରକାରୀ ଟିମ୍ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଦମକଳବାହିନୀ ବସ୍‌ରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ । ଦୁର୍ଘଟଣା ସମୟର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *