ଟେଷ୍ଟ୍‌ରେ ରାଜ୍ କରିବାକୁ ବିସିସିଆଇର ବ୍ଲୁ-ପ୍ରିଣ୍ଟ: ବୁମରା ହେବେ ମୁଖ୍ୟ ଅସ୍ତ୍ର

ଭାରତୀୟ କ୍ରିକେଟ୍ ଦଳର ଟେଷ୍ଟ ପ୍ରଦର୍ଶନକୁ ନେଇ ବିସିସିଆଇ ଏବେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ସୀମିତ ଓଭର କ୍ରିକେଟ୍‌ରେ ଦଳ ଶୀର୍ଷରେ ଥିଲେ ମଧ୍ୟ ଟେଷ୍ଟ୍‌ କ୍ରିକେଟ୍‌ରେ ଭାରତର ସ୍ଥିତି ସୁଧାରିବା ପାଇଁ ବୋର୍ଡ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଭାରତ ଦିନିକିଆ ଓ ଟି-୨୦ରେ ୧ ନମ୍ବର ସ୍ଥାନରେ ଥିବାବେଳେ, ଟେଷ୍ଟରେ ୪ର୍ଥ ସ୍ଥାନକୁ ଖସି ଆସିଛି।

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ତାଲିକାରେ ଭାରତ ଏବେ ୬ଷ୍ଠ ସ୍ଥାନରେ ରହିଛି, ଯାହା ବୋର୍ଡ ପାଇଁ ଚିନ୍ତାର ବିଷୟ ପାଲଟିଛି। ଟେଷ୍ଟ କ୍ରିକେଟ୍‌ରେ ଭାରତର ସ୍ଥିତି ମଜବୁତ କରିବା ପାଇଁ ଷ୍ଟାର୍ ବୋଲର୍ ଯସପ୍ରୀତ ବୁମରାଙ୍କୁ ଫିଟ୍ ରଖିବାକୁ ବୋର୍ଡ ନିଷ୍ପତ୍ତି ନେଇଛି: ବୁମରାଙ୍କୁ ସତେଜ ରଖିବା ପାଇଁ ଆଗାମୀ କିଛି ଦିନିକିଆ ଓ ଟି-୨୦ ସିରିଜରୁ ତାଙ୍କୁ ବିଶ୍ରାମ ଦିଆଯାଇପାରେ। ତାଙ୍କୁ ମୁଖ୍ୟତଃ ଗୁରୁତ୍ୱପୂର୍ଣ୍ଣ ୯ଟି ଟେଷ୍ଟ ମ୍ୟାଚ୍‌ରେ ଖେଳାଇବାକୁ ଲକ୍ଷ୍ୟ ରଖାଯାଇଛି। ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ WTC ଅଧୀନରେ ଆସୁନଥିବାରୁ, ଏଥିରେ ବୁମରାଙ୍କୁ ବିଶ୍ରାମ ଦିଆଯିବ। WTC ଫାଇନାଲ୍‌କୁ ଯିବା ପାଇଁ ଭାରତ ପାଇଁ ଏହି ମ୍ୟାଚ୍ ଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ୨ଟି ଟେଷ୍ଟ, ୨ଟି ଟେଷ୍ଟ, ୫ଟି ଟେଷ୍ଟ ବିସିସିଆଇର ଲକ୍ଷ୍ୟ ସ୍ପଷ୍ଟ— ଧଳା ବଲ୍ କ୍ରିକେଟ୍ ଭଳି ଲାଲ୍ ବଲ୍ କ୍ରିକେଟ୍‌ରେ ମଧ୍ୟ ଭାରତ ନିଜର ପ୍ରାଧାନ୍ୟ ଫେରିପାଉ। ଏଥିପାଇଁ “ୱାର୍କଲୋଡ୍ ମ୍ୟାନେଜମେଣ୍ଟ” ଉପରେ ଏବେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି।