ଚିରନିଦ୍ରାରେ ଯଲିଉଡ଼ ହାସ୍ୟ କଳାକାର ରବି ଶତପଥୀ

ଦିନେ ସେ ମଞ୍ଚରେ ହସାଉଥିଲେ ଆଉ ଆଜି ସମସ୍ତଙ୍କୁ କନ୍ଦାଇ ଚାଲି ଯାଇଛନ୍ତି . ଯାତ୍ରା ରଙ୍ଗମଞ୍ଚ ରେ ଦର୍ଶକ ଙ୍କୁ ହସେଇ ହସେଇ ବେଦମ କରୁଥିବା ଭେଟେରାନ କମେଡିଆନ ରବି ଶତପଥୀ ସ୍ୱର ଆଜି ନିରବି ଯାଇଛି । ୬୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ସେ ଦୀର୍ଘ ଦିନ ହେବ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଘରେ ଶଯ୍ୟାଶାୟୀ ଥିଲେ। ରବି ଶତପଥୀ ପିଲାବେଳୁ କଳା ପ୍ରତି ଆକର୍ଷିତ ହୋଇ ପ୍ରଥମେ ପାଲାରେ ଗାୟକ ଭାବରେ ବେଶ ପରିଚୟ ଲାଭ କଲେ ।କିନ୍ତୁ ସେଥିରୁ ପରିବାର ଚଳାଇବାକୁ କଷ୍ଟ କର ହୋଇପଡିଲା । ପାଲା ପରିବେଷଣ ରୁ ଦୁରେଇ ଯାଇ ଯାତ୍ରା ରଙ୍ଗମଞ୍ଚ ପ୍ରତି ଆକୃଷ୍ଟ ହୋଇଥିଲେ । ଯାତ୍ରା ଜଗତ ରେ ପ୍ରବେଶ କରିବା ପରେ ଧୀରେ ଧୀରେ ଓଡିଶାର ପ୍ରତିଷ୍ଠିତ ଯାତ୍ରା ରଙ୍ଗମଞ୍ଚରେ ନିଜର ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିବା ସହିତ ଯାତ୍ରା ଜଗତର ଜଣେ ଅପ୍ରତିଦ୍ବନ୍ଦି ହାସ୍ୟ କଳାକାର ଭାବରେ ପ୍ରସିଦ୍ଧି ଲାଭ କରିଥିଲେ । ପାଲା ଛାଡି ଯେତେବେଳେ ଯାତ୍ରା ଜଗତରେ ପ୍ରବେଶ କଲେ ରବି ଶତପଥୀ ଙ୍କୁ ପ୍ରଥମ ପରିଚୟ ଦେଇଥିଲା ତାରପୁର ଗଣନାଟ୍ୟ ର ଗୁଣ୍ଡୁଚି ମିଶ୍ର ଚରିତ୍ର ହେଉ କିମ୍ବା ଶାଗୁଣା ବସିଛି ଡେଣା ମେଲେଇ ଦେଇଥିଲା ଭିନ୍ନ ପରିଚୟ । ସେ ନିଖୁଣ ଅଭିନୟ କରି ଲୋକଙ୍କ ପ୍ରିୟ ହୋଇପାରିଥିଲେ। ୫୦୦ରୁ ଅଧିକ ଯାତ୍ରା ପେଣ୍ଡାଲରେ ନାଟକ କରି ଅନେକ ପୁରସ୍କାର ପାଇଥିଲେ ସେ। ରବି ଶତପଥୀଙ୍କ ପରଲୋକରେ ଯାତ୍ରା ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି।

Leave a Reply

Your email address will not be published. Required fields are marked *