ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଡିମିରିଗୁଡ଼ା ଠାରେ ଥିବା ବି ଚତୁର୍ଥ ବାଟାଲିୟନଙ୍କ ଦ୍ଵାରା ଜନ ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଆରପିଏଫ୍ କମାଡେଣ୍ଟ ଫୀରୋଜ କୁଜୁର୍ ଙ୍କ ନିର୍ଦ୍ଦେଶରେ ମହିଳା ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଡେପୁଟି କମାଡେଣ୍ଟ ମୁକେଶ ସିଂ ଓ ଚତୁର୍ଥ ବାହିନୀ କମ୍ପାନୀ କମାଣ୍ଡର ରାମକେସ ମୀନା ଉପସ୍ଥିତ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଏସ ଆଇ ସୁନାକର ଜେନା, ଏସ ଆଇ ରାମ ସିଂ,ଏସ ଆଇ ଅକ୍ଷୟ କୁମାର, ଡିମିରିଗୁଡା ସରପଞ୍ଚ ଚୁମୁଲି ମାଝୀ, ରଘୁବାରି ସରପଞ୍ଚ ନାଉଙ୍ଗା ମାଝୀ ପ୍ରମୁଖ ସହାୟତା କରିଥିଲେ ।

ବିଭିନ୍ନ ଗ୍ରାମର ସ୍ଵୟଂ ସହାୟକ ଗୋଷ୍ଠିର ସମସ୍ତ ମହିଳା ସଦସ୍ୟାମାନେ ଉପସ୍ଥିତ ଥିଲେ । ଏହି ଜନ ସମ୍ପର୍କ କାର୍ଯ୍ୟକ୍ରମରେ ଚତୁର୍ଥ ବାଟାଲିୟନ ଦ୍ଵାରା ଅଞ୍ଚଳର ଗରିବ ଓ ଅସହାୟ ଲୋକଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ଉପକରଣ ପ୍ରଦାନ କରିଥିଲେ । ରାଘୁବାରୀ, ଦୋରା ଗାଁ, ଭାଲିଆପଦର, ଟିକରପଡା, ଡେମା ପଦର ଗ୍ରାମର ମହିଳା ଗୋଷ୍ଠୀଙ୍କୁ ମହୁମାଛି ଚାଷ ପାଇଁ ଉପକରଣ ଡିମିରିଗୁଡ଼ା ମହିଳା ଗୋଷ୍ଠୀଙ୍କୁ ମହବତି ତିଆରି ପାଇଁ ଉପକରଣ ସହ କଞ୍ଚା ମାଲ ଯୋଗାଇ ଦିଆଯାଇଛି ।